ଜାଣନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ କେଉଁଠି କେତେ ପ୍ରତିଶତ ଭୋଟିଂ
ଦ୍ୱିତୀୟ ପର୍ଯ୍ୟାୟରେ ୬୦%ରୁ ଅଧିକ ଲୋକ ସେମାନଙ୍କ ମିତାଧିକାର ସାବ୍ୟସ୍ତ କରିଛନ୍ତି। ଏଥିସହ ୧୨୦୬ ଜଣଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ୬ଟା ସୁଦ୍ଧା ୧୩ ରାଜ୍ୟର ୮୮ ଲୋକସଭା ଆସନରେ ୬୧.୮% ଭୋଟିଂ ହୋଇଛି। ଏବେ ବି ବିଭିନ୍ନ ସ୍ଥାନରୁ ଭୋଟିଂ ରେକର୍ଡ ମିଳିନାହିଁ। ତେଣୁ ଆଗକୁ ଭୋଟିଂ ହାର ବୃଦ୍ଧି ପାଇବପରେ।ତ୍ରିପୁରାର ଗୋଟିଏ ଆସନ ପାଇଁ ମତଦାନ ହେଉଥିବା ବେଳେ ଏଠାରେ ସର୍ବାଧିକ ୭୭.୯୩% ଭୋଟିଂ ହୋଇଛି। ଛତିଶଗଡ଼ରେ ୭୨.୧୨% ଓ ପଶ୍ଚିମବଙ୍ଗରେ ୭୧.୮୫% ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି।
ମଣିପୁରର ଗୋଟିଏ ଲୋକସଭା ଆସନ ପାଇଁ ୧୩ଟି ପୁଲିଂ ବୁଥରେ ମତଦାନ ହୋଇଥିଲା। ଏଠାରେ ଭୋଟିଂ ପ୍ରତିଶତ ୭୬.୦୬ ରହିଛି। ଆସାମରେ ମଧ୍ୟ ୭୦.୬୫% ଭୋଟିଂ ହୋଇଛି।ମହାରାଷ୍ଟ୍ରରେ ମାତ୍ର ୫୩.୧% ଭୋଟିଂ ହୋଇଥିବା ବେଳେ ବିହାରରେ ପ୍ରଥମ ପର୍ଯ୍ୟାୟ ତୁଳନାରେ ଏଥର ମତାଦାନ ବୃଦ୍ଧି ପାଇଛି। ଏଠାରେ ୫୩.୦୩% ଲୋକ ଭୋଟ ଦେଇଛନ୍ତି। ଉତ୍ତର ପ୍ରଦେଶର ୮ଟି ଆସନ ପାଇଁ ଆଜି ଭୋଟିଂ ହୋଇଛି। ଏଠାରେ ଭୋଟିଂ ହାର ସବୁଠାରୁ କମ ୫୨.୭୪% ରେକର୍ଡ କରାଯାଇଛି। ହେମା ମାଳିନୀଙ୍କ ମଥୁରା ଆସନରେ କେବଳ ୪୬.୯୬% ଲୋକ ମତାଧିକାର ସାବ୍ୟସ୍ତ କରିଛନ୍ତି।ରାଜସ୍ଥାନର ୧୩ଟି ଆସନରେ ୫୯.୧୯%, ମଧ୍ୟପ୍ରଦେଶର ୬ଟି ଅରସନରେ ୫୪.୮୪% ଓ କର୍ଣ୍ଣାଟକାର ୧୪ଟି ଆସନରେ ଭୋଟିଂ ହାର ୬୩.୯% ରହିଛି।କେରଳ ସମସ୍ତ ୨୦ଟି ଯାକ ଆସନରେ ଆଜି ମତଦାନ ଶେଷ ହୋଇଛି। ରାହୁଲ ଗାନ୍ଧିଙ୍କ ୱାୟନାଡ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ସନ୍ଧ୍ୟା ୬ଟା ସୁଦ୍ଧା ୬୭.୨୭% ଭୋଟିଂ ହୋଇଥିଲା।