ନିର୍ବାଚନର ଗୋଟିଏ ଦିନ ପରେ ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ
ପ୍ରଥମ ପର୍ୟ୍ୟାୟ ନିର୍ବାଚନର ଗୋଟିଏ ଦିନ ପରେ ମୃତ୍ୟୁ ବରଣ କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ । ଉତ୍ତରପ୍ରଦେଶ ମୁରଦାବାଦର ପ୍ରାର୍ଥୀ ସର୍ବେଶ ସିଂଙ୍କ ମୃତ୍ୟୁ ହୋଇଛି । ସର୍ଭେଶ ସିଂ ହେଉଛନ୍ତି ପାଞ୍ଚଥର ବିଧାୟକ ଏବଂ ଗୋଟିଏ ଥର ଏମପି ଥିଲେ । ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ଏବଂ ଏପ୍ରିଲ ୧୯ରେ ତାଙ୍କ ଆସନରେ ମତଦାନ ହୋଇଥିଲା । କୁହାଯାଉଛି ଯେ ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲା । ଏବଂ ଭୋଟ୍ ଦେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । କୁଅଁର ସର୍ବେଶ ସିଂ ୨୨ ଡିସେମ୍ବର ୧୯୫୨ରେ ୟୁପିର ରତୁପୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବୃତିରେ ବ୍ୟବସାୟୀ ଥିଲେ ମଧ୍ୟ ସର୍ବେଶ ସିଂହ କମ୍ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୧୯୯୧ରୁ ୨୦୦୭ ଏବଂ ୨୦୧୨ରୁ ୨୦୧୪ ପର୍ୟ୍ୟନ୍ତ ୟୁପିର ଠାକୁରଦ୍ୱାର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୫ ଥର ବିଧାୟକ ହୋଇଥିଲେ । କୁହାଯାଉଛି ଯେ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନେକ ଥର ଖରାପ ହୋଇଯାଇଥିଲା । ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି । ତାଙ୍କ ବାପାଙ୍କ ଟ୍ରଷ୍ଟ ଜରିଆରେ ଅନେକ କଲେଜ, ସ୍କୁଲ ଏବଂ ଚାଷ ଜମି ରହିଛି ।
