ମୋଦୀଙ୍କ ‘ଥ୍ରୀ-ଡି’ ଗୁରୁମନ୍ତ୍ର !

ମୋଦୀଙ୍କ ମନ୍ତ୍ରରେ ବଦଳିବ ଭାରତର ସ୍ଥିତି !

ଲଲାକିଲ୍ଲାରେ ସ୍ଵାଧୀନତା ଦିବସ ପାଳନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରା ଦେଶ ଅର୍ଥାତ ୧୪୦କୋଟି ଜନ ସାଧାରଣଙ୍କୁ ଉଦ୍ଦବୋଧନ ଦେଇଥିଲେ । ଦେଶର ବିକାଶ ଦିଗରେ ସଭିଙ୍କ ଭୂମିକା କିପରି ରହିବା ଆବଶ୍ୟକ ସେନେଇ ମଧ୍ୟ ନିଜ ସମ୍ବୋଧନରେ କହିଥିଲେ। ନିଜ ଅଭିଭାଷଣରେ କିପରି ସେ ୧୦ ବର୍ଷ ଅତିକ୍ରାନ୍ତ କରିଛନ୍ତି ସେ ସମ୍ପରକରେ ମଧ୍ୟ ମତ ରଖିଛନ୍ତି । ଏ ସବୁ ଭିତରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ଭାବେ ସେ ଏକ ନିୟମ ମାନୁଥିବା କହିଛନ୍ତି ।

ଯାହାର ନାଁ ଥ୍ରୀ – ଡି । ଏହି ଥ୍ରୀ-ଡି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା କଥା ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଏହି ଥ୍ରୀ-ଡି ହେଉଛି ଡେମୋକ୍ରାସି, ଡେମୋଗ୍ରାଫି, ଡାଇଭର୍ସିଟି ଅର୍ଥାତ୍ ଭୌଗୋଳିକ ସ୍ଥିତି, ବିବିଧତା ଓ ଗଣତନ୍ତ୍ର ଦେଶର ସ୍ୱପ୍ନ ପୂରଣ କରିବାକୁ ସମର୍ଥ । ନିଜ ଅଭିଭାଷଣରେ ଏହି ତିନୋଟି କଥାକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ । କିପରି ଆଗାମୀ ଦିନରେ ଏହି ନିୟମ ଭାରତକୁ ବିଶ୍ଵଦରବାରରେ ପହଞ୍ଚା ଯାଇପାରିବ ସେ ଦିଗରେ ଆମକୁ ଯତ୍ନବାନ ହେବାକୁ କହିଛନ୍ତି ଆମ ପ୍ରଧାନମନ୍ତ୍ରୀ ।