ସିଏମ୍ ଅଫିସରେ ଗଣ୍ଡଗୋଳ, ୫ ସୁରକ୍ଷାକର୍ମୀ ଆହତ
ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗମାଙ୍କ କାର୍ଯ୍ୟାଳୟରେ ଉତ୍ତେଜନା । ଆଜି ଉତ୍ତ୍ୟକ୍ତ ଜନତା ପୁଣି ଗଣ୍ଡଗୋଳ କରିଛନ୍ତି । ବହୁସଂଖ୍ୟକ ଲୋକଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗମାଙ୍କ କାର୍ଯ୍ୟାଳୟର ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ତେବେ, ମୁଖ୍ୟମନ୍ତ୍ରୀ ସାଙ୍ଗମା ସୁରକ୍ଷିତ ଅଛନ୍ତି ଏବଂ ସେ ଏବେ ବି ତୁରାସ୍ଥିତ ତାଙ୍କ କାର୍ଯ୍ୟାଳୟ ଭିତରେ ଅଛନ୍ତି । ସୂଚନା ଅନୁସାରେ ଶତାଧିକ ଲୋକ ଏହି ପରିସରକୁ ଘେରି ରହିଛନ୍ତି ।