ମଣିପୁର ପରେ ମିଜୋରାମରେ ଭୟ
ମଣିପୁରରେ ହିଂସା ଓ ଅମାନୁଷିକ ଘଟଣା ବଢିବା ପରେ ଏବେ ଚିନ୍ତାରେ ପଡୋଶୀ ରାଜ୍ୟ । ମିଜୋରାମରେ ପୂର୍ବ ବିଦ୍ରୋହୀଙ୍କ ସାର୍ବଜନିକ ଆହ୍ୱାନ ପରେ ଦକ୍ଷିଣ ଆସାମ ଓ ମଣିପୁରର ଶହ ଶହ ମୈତେୟୀ ସଂପ୍ରଦାୟର ଲୋକ ମିଜୋରାମ ଛାଡୁଥିବା ଜଣାପଡିଛି । ଏନେଇ ମିଜୋରାମ ସରକାର ତୁରନ୍ତ ରାଜ୍ୟରେ ବାସ କରୁଥିବା ମୈତେୟୀ ସଂପ୍ରଦାୟର ଲୋକଙ୍କୁ ସୁରକ୍ଷାର ଆଶ୍ୱାସନା ଦେଇଛନ୍ତି । ମିଜୋରାମର ଏକ ପୂର୍ବ ଉଗ୍ରବାଦୀ ସଂଗଠନର ପରାମର୍ଶ ପରେ ମୈତେୟୀ ସଂପ୍ରଦାୟର ଲୋକ ପଳାୟନ କରୁଛନ୍ତି । ଏନେଇ ମିଜୋରାମର ଜଣେ ଅଧିକାରୀଙ୍କ ମୁତାବକ ଗୃହ ଆୟୁକ୍ତ ଏବଂ ସଚିବ ମୈତେୟୀ ସଂପ୍ରଦାୟର ନେତାଙ୍କ ସହ ବୈଠକ କରିଛନ୍ତି ଓ ସେମାନଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଛନ୍ତି ।