ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ
ଉତ୍ତରାଧିକାରୀ ଘୋଷଣା କରିଛନ୍ତି ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀ। ପୁତୁରା ଆକାଶ ଆନନ୍ଦଙ୍କୁ କରିଛନ୍ତି ଉତ୍ତରାଧିକାରୀ। ଆକାଶ ଏବେ ବିଏସପିର ଜାତୀୟ ସଂଯୋଜକ ମଧ୍ୟ ଅଛନ୍ତି। ୨୦୧୭ ରେ ଆକାଶଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ମାୟାବତୀ ୨୦୧୭ ରେ ଏକ ବଡ ରାଲି କରି ରାଜନୀତିରେ ଆକାଶ ଆନନ୍ଦଙ୍କୁ ସ୍ୱାଗତ କରିଥିଲେ। ଆକାଶ ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ କରିଛନ୍ତି। ଆକାଶ ଉତ୍ତରପ୍ରଦେଶରେ ଆକାଶ ବିଏସପିରେ କାମ କରିବା ପରେ ଦଳ ଦିନକୁ ଦିନ ଦୁର୍ବଳ ହୋଇଛି । ୨୦୧୭ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନରେ ଦଳକୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । ଏହାସହ ୨୦୨୨ ରାଜ୍ୟ ବିଧାନସଭା ନିର୍ବାଚନରେ ବିଏସପିକୁ ମାତ୍ର ଗୋଟିଏ ଆସନ ମିଳିଥିଲା । ମାୟାବତୀ ଆଜି ତାଙ୍କ ଉତ୍ତରାଧିକାରୀ ଘୋଷଣା କରିବା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଆକାଶ ଆନନ୍ଦଙ୍କ ସାଂଗଠନିକ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ।