ଛତିଶଗଡ଼ରେ ଆଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ଆଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ଛତିଶଗଡ଼ ନାରାୟଣପୁର ଛୋଟାଙ୍ଗୋଙ୍ଗର ଜଙ୍ଗଲରେ ବିସ୍ଫୋରଣ। ସିଆରପିଏଫ ୯ମ ବାଟାଲିୟନର କନଷ୍ଟେବଳ କମଲେଶ ସାହୁ ସହିଦ। ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯବାନ ବିନୟ କୁମାର ସାହୁଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ମୃତ ଯବାନ ହେଲେ ସିଆରପିଏଫ ନବମ ବାଟାଲିୟନର କନଷ୍ଟେବଳ କମଲେଶ ସାହୁ । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।