କେବେ ଶାନ୍ତ ହେବ ଅଶାନ୍ତ ମଣିପୁର ?

ମଣିପୁରରେ ଛକରେ ଝୁଲୁଛି କଟାମୁଣ୍ଡ

ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପରେ ବି ଶାନ୍ତ ହେଉନି ମଣିପୁର । ଏବେ ବି ସେଠାରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଓଲଟା ଏବେ ଆଉ ଏକ ଛାତି ଥରାଇ ଦେବା ପରି ଘଟଣା ସାମ୍ନାକୁ ଆସିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ଭିଡିଓରେ ଜଣେ ବ୍ୟକ୍ତିଙ୍କ କଟା ମୁଣ୍ଡକୁ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଝୁଲାଇ ଦିଅଯାଇଥିବା ଦେଖିବାକୁ ମିଳିଛି । ଏହି ବ୍ୟକ୍ତିଜଣକ ଡାଭିଡ ଥିକ୍‌ ବୋଲି ଜଣାପଡ଼ିଥିବା ବେଳେ ସେ କୁକି ସମ୍ପ୍ରଦାୟର ବୋଲି ଜଣାପଡ଼ିଛି । ତାଙ୍କ କଟା ମୁଣ୍ଡକୁ ବିଷ୍ଣୁପୁର ଅଞ୍ଚଳରେ ବାଉଁଶ ଉପରେ ଝୁଲାଇ ଦିଆଯାଇଥିବା ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଥିକ୍‌ଙ୍କୁ ଜୁଲାଇ ୨ ରେ ହତ୍ୟା କରାଯାଇଥିବା ଜଣାଯାଇଛି। ଉକ୍ତ ଦିନ ଘଟିଥିବା ସଂଘର୍ଷରେ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଡାଭିଡ ଥିକ୍‌ ବି ଥିବା ଜଣାପଡିଛି।