ଦୁଇ ଶିକ୍ଷାର୍ଥୀଙ୍କ ମୃତଦେହ ଭାଇରାଲ ପରେ ବିକ୍ଷୋଭ !
ପୁଣି ଥରେ ଅଶାନ୍ତ ହୋଇପଡ଼ିଛି ମଣିପୁର । ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ବିଗିଡିଯାଇଛି ମଣିପୁର ସ୍ଥିତି। ଏନେଇ ରାଜ୍ୟରେ ପୁଣିଥରେ ମୁଣ୍ଡ ଟେକିଛି ହିଂସା , ପ୍ରତିବାଦ ତଥା ବିକ୍ଷୋଭର ବହ୍ନି । ତେବେ ଉଗ୍ର ହୋଇ ଉଠିଛି ମଣିପୁର । ମଣିପୁରରେ ସୃଷ୍ଟି ହୋଇଥିବା ହିଂସାକୁ ଦୃଷ୍ଟିର ରଖି ମଣିପୁରରେ ମୋବାଇଲ ଇଣ୍ଟରନେଟ ସେବାକୁ ବ୍ୟାନ କରି ଦିଆଯାଇଛି । ମାତ୍ର ୨ ଦିନ ତଳେ ମଣିପୁରରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିଲା। ହେଲେ ପୁଣିଥରେ ବିକ୍ଷୋଭ ଦେଖାଦେଇଥିବା ଯୋଗୁଁ ଏହା ଉପରେ ରୋକ ଲଗାଯାଇଛି ।
ଅସ୍ଥାୟୀ ଭାବେ ମୋବାଇଲ ଇଣ୍ଟନନେଟ ସେବାକୁ ବନ୍ଦ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅକ୍ଟୋବର ୧ ତାରିଖ କାର୍ଯ୍ୟକାରୀ ହେବ। ପୂର୍ବରୁ ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ବେହାଲ ହୋଇଥିଲା । ଏଥିପାଇଁ ମେ’ ମାସ ଆରମ୍ଭରୁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇ ପୁନଃ ଚାଲୁ କରଯାଇଥିଲା । କିନ୍ତୁ ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବାରୁ ପୁଣି ଅଶାନ୍ତ ହୋଇପଡିଛି ମଣିପୁର ଏମିତିକି ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଥିଲା ।