ଲୋକସଭା ନିର୍ବଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ତ୍ରୁଣମୂଳ କଂଗ୍ରେସ

ଆସନସୋଲରୁ ଶତ୍ରୁଘ୍ନ-କୃଷ୍ଣନଗରୁ ମହୁଆ-ହୁଗଳିରୁ ରଚନା ବାନାର୍ଜୀ

ଲୋକସଭା ନିର୍ବଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ତ୍ରୁଣମୂଳ କଂଗ୍ରେସ। ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥର ପୁଣି ଥରେ ଦଳ ବଲିଉଡର ବର୍ଷିଆନ୍‌ ଅଭିନେତା ତଥା ଶଟ୍‌ଗନ ଶତ୍ରୁଘ୍ନ ସିହ୍ନାଙ୍କୁ ଆସନସୋଲରୁ ଟିକେଟ୍‌ ଦେଇଛି। ସେ ପୁଣି ଥରେ ଏହି ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଛନ୍ଦି ହୋଇଥିବା ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ମଧ୍ୟ ଦଳ ଟିକେଟ୍‌ ଦେଇଛି। କୃଷ୍ଣନଗର ଆସନରୁ ଟିଏମ୍‌ସି ତାଙ୍କୁ ପୁଣି ଥରେ ତାଙ୍କୁ ମୈଦାନକୁ ଓହ୍ଲାଇଛି। ସେହିପରି ଡାଇମଣ୍ଡ ହାର୍ବର ରୋଡ୍‌ରୁ ଦଳ ଅଭିଷେକ ବାନାର୍ଜୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ଟିଏମ୍‌ସି ରଚନା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ହୁଗଳିରୁ ପ୍ରାର୍ଥୀ କରିଛି। ସେ ଏହି ଆସନରୁ ନିର୍ବାଚନ ଲଢ଼ିବେ। ବିରୋଧୀ ନେତାଙ୍କୁ ସେ କଡା ଟକ୍କର ଦେବେ। ପଶ୍ଚିମବଙ୍ଗରେ ରଚନାଙ୍କ ଫ୍ୟାନ୍‌ ଫଲୋଇଂ ଅଧିକା ଥିବାରୁ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଉପରେ ଏଥର ଭରସା ରଖିଛନ୍ତି। ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏକ ମେଗା ରାଲି କରି ଦିଦି ପରେଡ୍‌ ଗ୍ରାଉଣ୍ଡରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।