ଇଡି ସମନ ଅପେକ୍ଷା ପ୍ରଚାରକୁ ପ୍ରାଥମିକତା: ମହୁଆ ମୋଇତ୍ରା
ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ଉଲ୍ଲଂଘନ ମାମଲା । ଇଡି ସମନକୁ ଏଡାଇଲେ ଟିଏମସି ନେତ୍ରୀ ମହୁଆ ମୌତ୍ର । ଗୁରୁବାର ଦିଲ୍ଲୀରେ ହାଜର ହେବାର ଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ହୋଇଛନ୍ତି । ସେ ଇଡି ସମନ ଅପେକ୍ଷା ତାଙ୍କ ପ୍ରଚାରକୁ ପ୍ରାଥମିକତା ଦେବେ । ଲୋକସଭା ଆସନର ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କାଲିଗଞ୍ଜ ଗସ୍ତ ପାଇଁ ସେ ହାଜର ହୋଇ ପାରୁନଥିବା କହିଛନ୍ତି । ତେବେ ଏହି ମାମଲାରେ ମହୁଆଙ୍କ ସହଯୋଗୀ ସୁହାନ ମୁଖାର୍ଜୀଙ୍କ ବୟାନ ରେକର୍ଡ କରିଛି । ଗତ ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ । ମାର୍ଚ୍ଚ ୧୧ ଓ ଫେବ୍ରୁଆରି ୧୯ରେ ଇଡିରେ ହାଜର ହୋଇନଥିଲେ । ଇଡିର ଦୁଇଟି ସମନ ପାଳନ କରିବାରେ ବିଫଳ ହେବା ପରେ ତୃତୀୟ ଥର ସମନ ହୋଇଥିଲା । ଯାହାକୁ ସେ ଏଡାଇ ଦେଇଛନ୍ତି ।