ଏଥିକ୍ସ କମିଟି ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ମହୁଆ ମୈତ୍ର

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହୁଆ ମୈତ୍ର

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହୁଆ ମୈତ୍ର । ଏଥିକ୍ସ କମିଟି ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ମହୁଆ ମୈତ୍ର । ସଂସଦର ସଦସ୍ୟତା ହରାଇବା ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ମହୁଆ । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଏଥିକ୍ସ କମିଟି ମାମଲାର ରିପୋର୍ଟକୁ ଲୋକସଭା ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଥିଲା । ଯାହା ପରେ ଶୁକ୍ରବାର ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ବହିଷ୍କାର କରିଥିଲେ । ମହୁଆଙ୍କ ବିରୋଧରେ ଟଙ୍କା ନେଇ ପ୍ରଶ୍ନ ପଚାରିବାର ସାଂଘାତିକ ଅଭିଯୋଗ ଲଗାଇଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ମାମଲାର ଯାଞ୍ଚ ପାଇଁ ଲୋକସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ ନିଶିକାନ୍ତ । ଏହା ପରେ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । କମିଟି ନଭେମ୍ବର ୯ ତାରିଖରେ ମହୁଆଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିସ କରିବା ସହ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିଲା । ପରେ ମାମଲାର ଯାଞ୍ଚ କରାଯିବା ସହମହୁଆଙ୍କୁ ସଂସଦରୁ ବହିସ୍କୃତ କରାଯିବା ସହ ସଦସ୍ୟତା ପଦ ରଦ୍ଦ କରାଯାଇଛି । ଏବେ ମହୁଆ ନିଜ ବହିଷ୍କାର ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ।