ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ଼ ରାୟ

ଏକନାଥ ଶିନ୍ଦେ ଦଳ ପ୍ରକୃତ ଶିବସେନା

ମହାରାଷ୍ଟ୍ର ବାଚସ୍ପତିଙ୍କ ବଡ ରାୟ। ଏକନାଥ ଶିନ୍ଦେ ଦଳ ପ୍ରକୃତ ଶିବସେନା । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲାର ଶୁଣାଣି କରିଛନ୍ତି ମହାରାଷ୍ଟ୍ର ବାଚସ୍ପତି । ୨୦୨୨ ଜୁନ୍ ୨୦ରେ ଏକନାଥ ଏବଂ ତାଙ୍କ ଗୋଷ୍ଠୀର ୩୯ ବିଧାୟକ ଶିବସେନାରେ ବିଦ୍ରୋହ ସୃଷ୍ଟି କରିଥିଲେ ଏବଂ ବିଜେପି ସହିତ ମିଶି ସରକାର ଗଠନ କରିଥିଲେ। ଏହାପରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦେବେନ୍ଦ୍ର ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିରୋଧୀ ଦଳ ଆଇନ ଅନୁଯାୟୀ ବାଚସ୍ପତିଙ୍କୁ ପ୍ରଥମେ ନୋଟିସ୍ ଦେଇଥିଲେ। ଏହା ପରେ ସୁପ୍ରିମକୋର୍ଟରେ ପହଞ୍ଚି ଉଭୟ ଗୋଷ୍ଠୀ ପରସ୍ପରର ବିଧାୟକଙ୍କ ଅଯୋଗ୍ୟତା ଦାବିରେ ଆବେଦନ କରିଥିଲେ। ଶୁଣାଣି କରିବା ସମୟରେ ବାଚସ୍ପତି ରାହୁଲ ନରୱେକର କହିଛନ୍ତି ଯେ ସଂଶୋଧିତ ୨୦୧୮ ସମ୍ବିଧାନ ନିର୍ବାଚନ ଆୟୋଗଙ୍କ ନିକଟରେ ରଖାଯାଇ ନ ଥିବାରୁ ଶିବସେନାର ୧୯୯୯ ସମ୍ବିଧାନକୁ ବିଚାରକୁ ନିଆଯିବା ଆବଶ୍ୟକ। ୧୯୯୯ ମସିହାରେ ଶିବସେନାର ସମ୍ବିଧାନ ପାର୍ଟି ମୁଖ୍ୟଙ୍କ ହାତରୁ କ୍ଷମତାର କେନ୍ଦ୍ରୀକରଣକୁ ହଟାଇ ଦେଇଥିଲା। ତେବେ, ୨୦୧୮ ରେ ସଂଶୋଧିତ ସମ୍ବିଧାନ କ୍ଷମତାକୁ ଦଳର ମୁଖିଆଙ୍କ ହାତକୁ ଫେରାଇ ଆଣିଛି।