ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ

ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ। ଏନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଡଭାନୀଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛି କହିଲେ ମୋଦି। ସେ କହିଛନ୍ତି, ‘ଆମ ସମୟର ସବୁଠୁ ସମ୍ମାନନୀୟ ରାଷ୍ଟ୍ରନେତା ହେଉଛନ୍ତି ଆଡଭାନୀ। ଭାରତର ପ୍ରଗତି ପାଇଁ ତାଙ୍କର ଯୋଗଦାନ ସ୍ମରଣୀୟ। ଭାରତର ବିକାଶରେ ଲାଲକୃଷ୍ଣ ଆଡଭାନୀଙ୍କ ଅନେକ ଅବଦାନ ରହିଛି । ତାଙ୍କ ଜୀବନୀ ତଳ ସ୍ତରରୁ ଆରମ୍ଭ ହୋଇ ଦେଶର ଉପପ୍ରଧାନମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବା ଯାଏଁ ରହିଛି । ସେ ଗୃହମନ୍ତ୍ରୀ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ବି କାମ କରିଥିଲେ । ମୋଦୀ ଆହୁରି ଲେଖିଲେ କି, ସାର୍ବଜନୀନ ଜୀବନରେ ଆଡଭାନୀ ଜୀଙ୍କ ଦଶକ ସେବାର ପାରଦର୍ଶିତା ଓ ଅଖଣ୍ଡତା ପ୍ରତି ଅତୁଟ ପ୍ରତିବଦ୍ଧତା ଭାବେ ଜଣାଯାଏ, ଯିଏ ରାଜନୈତିକ ନୈତିକତାରେ ଏକ ଅନୁକରଣୀୟ ମାନକ ସ୍ଥାପିତ କରିଥିଲେ । ସେ ରାଷ୍ଟ୍ରିୟ ଏକତା ଓ ସଂସ୍କୃତିକ ପୁନରୁତ୍ଥାନକୁ ଆଗକୁ ବଢାଇବାକୁ ସେ ଦିଗ ଦେଖାଅଥିଲେ । ସେ ଭାରତରତ୍ନ ପାଇବା ଅତି ଭାବୁତ କ୍ଷଣ । ଲାଲକୃଷ୍ଣ ଆଡଭାନୀ ଦଳର ଏକମାତ୍ର ନେତା ଯିଏ ୧୯୮୦ ମସିହାରୁ ଭାରତୀୟ ଜନତା ପାର୍ଟି ତିଆରି ହେବା ପରଠୁ ଅଧିକାଂଶ ସମୟ ପାର୍ଟି ଅଧ୍ୟ ଦାୟିତ୍ୱ ତୁଲାଇଥିଲେ । ସେ ପ୍ରଥମ ଥର ୧୯୮୬ରୁ ୧୯୯୦ ଯାଏଁ ଦଳର ଅଧ୍ୟକ୍ଷ ରହିଥିଲେ । ଏହାପରେ ୧୯୯୩ରୁ ୧୯୯୮ ଆଉ ତାପରେ ୨୦୦୪ରୁ ୨୦୦୫ ଯାଏଁ ପାର୍ଟି ଅଧ୍ୟକ୍ଷ ରହିଥିଲେ । ସାଂସଦ ଭାବେ ୩ଥର ଲମ୍ବା ପାଳିରେ ରହିଲା ପରେ ତାଙ୍କୁ ଗୃହମନ୍ତ୍ରୀ କରାଯାଇଥିଲା । ଏହାପରେ କ୍ୟାବିଟେନକେ ତାଙ୍କୁ ଉପ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ।