ମିଜୋରାମ ମୁଖ୍ୟମନ୍ତ୍ରୀ ହେବେ ଲାଲଦୁହୋମା

ବଦଳିବ ସରକାର, ନୂଆ ମୁଖ୍ୟମନ୍ତ୍ରୀ ପାଇବ ମିଜୋରାମ

ବଦଳିବ ସରକାର, ନୂଆ ମୁଖ୍ୟମନ୍ତ୍ରୀ ପାଇବ ମିଜୋରାମ। ୪୦ ବିଧାନସଭା ଆସନରୁ ୨୭ରୁ ଅଧିକ ଆସନରେ ଜେଡପିଏମ୍ ବା ଜୋରାମ ପିପୁଲ ମୁଭମେଂଟ ଆଗରେ ରହିଛି। ଏମଏନଏଫ ୧୦ଟି ଆସନରେ ଆଗୁଆ ରହିଛି । ସେହିପରି ବିଜେପି ୨ଟି ଆସନରେ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି । ମିଜୋରାମରେ ସରକାର ଗଢିବାକୁ ଯାଉଛି ଜେଡପିଏମ । ଏବଂ ଲାଲଦୁହୋମା ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ଜଣେ ପ୍ରଶାସନିକ ଅଧିକାରୀରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଲାଲଦୁହୋମା । ଲାଲଦୁହୋମା ମିଜୋରାମର ଯୁବବର୍ଗଙ୍କ ଭିତରେ ଜଣେ ପରିଚିତ ନାମ । ଗତ କିଛି ବର୍ଷ ଧରି ସେ ମିଜୋରାମର ବିକାଶ ପାଇଁ ରାଜ୍ୟକୁ କଂଗ୍ରେସ ଏବଂ ଏମଏନଏଫ କବଳରୁ ମୁକ୍ତି କରିବାକୁ ନାରା ଦେଇଥିଲେ । ଲାଲଦୁହୋମା ୧୯୭୭ ମସିହାରେ ଆଇପିଏସ୍ ଭାବେ ଗୋଆରେ ନିଯୁକ୍ତ ହେଇଥିଲେ । ସେଠାରେ ସେ ଜଣେ ସ୍କ୍ୱାର୍ଡ ଲିଡର ଭାବେ କାମ କରିଥିଲେ । ତେବେ ଏହି ସମୟରେ ସେ ବିଭିନ୍ନ ତସ୍କରୀ ଉପରେ ଛାପା ମାରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଏହାପରେ ତାଙ୍କ କାମକୁ ଦେଖି ୧୯୮୨ ମସିହାରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସୁରକ୍ଷା ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷା ଦାୟିତ୍ୱରେ ୨ ବର୍ଷ ରହିବା ପରେ ଲାଲଦୁହୋମା ରାଜନୀତିରେ ପ୍ରବେଶ କରିଥିଲେ। ଆଉ ୧୯୮୪ ମସିହାରେ ସେ ସାଂସଦ ଭାବେ ନିର୍ବାଚିତ ହେଇଥିଲେ । ତେବେ ଏହାର ୪ ବର୍ଷ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଲୋକସଭାରୁ ମଧ୍ୟ ଅଯୋଗ୍ୟ କରିଦିଆଯାଇଥିଲା । କଂଗ୍ରେସ ଛାଡିବା ପରେ ଲାଲଦୁହୋମା ଜୋରାମ ନ୍ୟାସନାଲିଷ୍ଟ୍ ପାର୍ଟି ଗଠନ କରିଥିଲେ । ଏହାପରେ ୨୦୧୮ ବିଧାନସଭା ନିର୍ବାଚନରେ ସେ ବିରୋଧୀ ଦଳ ନେତା ଭାବେ କାମ କରିଥିଲେ । ହେଲେ ୨୦୨୦ ମସିହାରେ ଦଳ ବିରୋଧୀ କାନୁନର ଉଲ୍ଲଘଂନ ପାଇଁ ତାଙ୍କ ବିଧାନସଭା ସଦସ୍ୟତା ପଦ ବି ରଦ୍ଦ ହେଇଯାଇଥିଲା । ଆଉ ଏବେ ସରକାର ଗଠନ କରିବାକୁ ଜେଡପିଏମ । ଏବଂ ମିଜୋରାମର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଲାଲଦୁହୋମା ।