‘ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ’

‘କୋଲକାତା ଘଟଣା, ସିବିଆଇକୁ ରିପୋର୍ଟ ତଲବ’

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ ଏହି ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି । ଗୁରୁବାର ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ମାମଲାରେ ବହୁ ବିଳମ୍ବରେ କାହିଁକି FIR କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ । ଦୁଷ୍କର୍ମ ଓ ହତ୍ୟା ପରେ କ୍ରାଇମ ସିନ୍‌କୁ କାହିଁକି ସୁରକ୍ଷିତ ରଖାଗଲାନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି । ସେହିପରି ହଜାର ହଜାର ସଂଖ୍ୟାରେ ଲୋକ ମେଡିକାଲରେ ପଶିଥିଲେ ବି ପୋଲିସ କ’ଣ କରୁଥିଲା ବୋଲି ଖଣ୍ଡପୀଠ ପଚାରିଛନ୍ତି । ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ନେଇ ବି ପ୍ରଶ୍ନ କରିଛନ୍ତି।

ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ ଶବ କାହିଁକି ଦେଖାଗଲା ବୋଲି ମଧ୍ୟ ସୁପ୍ରିମକୋର୍ଟ ପଚାରିଚନ୍ତି । ପୀଡ଼ିତାଙ୍କ ନାଁ, ଫଟୋ ଭାଇରାଲକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଆଦାଲତ । ସେପଟେ ଏହି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ଆଜି ହୋଇପାରେ ପଲିଗ୍ରାଫ୍ ବା ଲାଇ ଡିଟେକ୍ସନ ଟେଷ୍ଟ ।ସିବିଆଇକୁ ଏଥିପାଇଁ କୋଲକତା ହାଇକୋର୍ଟ ଅନୁମତି ଦେଇଛନ୍ତି । କୋଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି-CFSLର ୫ ଜଣିଆ ଟିମ୍ । ସେପଟେ ମୃତ ଡାକ୍ତରୀ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଛି ଛାତିଥରା ତଥ୍ୟ । ତାଙ୍କ ଶରୀର ସାରା ୧୬ଟି କ୍ଷତ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *