ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଆଜି ପଶ୍ଚିମବଙ୍ଗ ଯିବ CBI

କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ । ଆଜି ପଶ୍ଚିମବଙ୍ଗ ଯିବ CBIର ଏକ ସ୍ପେଶାଲ୍ ଟିମ୍ । ସକାଳ ୧୦ଟା ସୁଦ୍ଧା ସମସ୍ତ କାଗଜପତ୍ର ହସ୍ତାନ୍ତର କରିବାକୁ କୋଲକାତା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ମୃତ ଡାକ୍ତରଙ୍କ ପରିବାର ପକ୍ଷରୁ ପ୍ରମାଣ ନଷ୍ଟ କରାଯାଇପାରେ ବୋଲି ହାଇକୋର୍ଟରେ ଚିନ୍ତା ପ୍ରକଟ କରାଯିବା ସହ ନିରପେକ୍ଷ ଏଜେନ୍ସି ଦ୍ୱାରା ତଦନ୍ତ ପାଇଁ ଆବେଦନ କରାଯାଇଥିଲା। କୋଲକାତା ପୁଲିସ୍‌ ବର୍ତ୍ତମାନ ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସାରିଛି। ତଥାପି ହାଇକୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ତୁରନ୍ତ ସିବିଆଇକୁ ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ହାଇକୋର୍ଟ ପୁଲିସ୍‌କୁ କହିଛନ୍ତି।ଏହାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏଭଳି ଏକ ସଂଗୀନ ମାମଲାରେ ୫ ଦିନ ପରେ ବି ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ । ତେଣୁ ସମୟ ନଷ୍ଟ ନ କରି ତୁରନ୍ତ ସିବିଆଇକୁ ଏହାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Leave a Reply

Your email address will not be published. Required fields are marked *