ଆମାଜନ ମ୍ୟାନେଜରଙ୍କୁ ହତ୍ୟା !

ବଚସାରୁ ଗୁଳି କରି ହତ୍ୟା, ଦୁଇ ଅଭିଯୁକ୍ତ ଗିରଫ !

ସାମାନ୍ଯ ବଚସାରୁ ଆମାଜନ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା। ଅନଲାଇନ ସପିଙ୍ଗ ସାଇଟ ଭାବେ ପରିଚିତ ଆମାଜନର ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ପୋଲିସ ଆରମ୍ଭ କରିଛି ଛାନବିନ । ସୂଚନା ଅନୁସାରେ ଗତ ମଙ୍ଗଳବାର ରାତିରେ ଆମାଜନର ମ୍ୟାନେଜର ହରପ୍ରୀତ ଗିଲ୍‌ ନିଜ ସାଥୀ ଗୋବିନ୍ଦଙ୍କ ସହ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ୨ଟି ସ୍କୁଟିରେ ଯାଉଥିବା ୫ ଯୁବକ ଉଭୟ ହରପ୍ରୀତ ଗିଲ୍‌ ଓ ଗୋବିନ୍ଦଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ।

ସେଥି ମଧ୍ୟରୁ ଗୋଟିଏ ଗୁଳି ହରପ୍ରୀତଙ୍କ ମୁଣ୍ଡର ଆରପାର୍‌ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଗୋବିନ୍ଦଙ୍କ ଡାହାଣ ପଟ କାନ ନିକଟରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତେବେ ଏହି ଘଟଣାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମହମ୍ମଦ ସମୀର ଓ ବିଲାଲ ଗାନି ବୋଲି ସୂଚନା ମିଳିଛି । ଏହି ଘଟଣାରେ ସମୁଦାୟ ୫ ଯୁବକ ସମ୍ପୃକ୍ତ ଥିବା ବେଳେ ଆଉ ୩ଜଣଙ୍କୁ ଖୋଜୁଛି ପୁଲିସ୍‌ ।