ସଂଯୋଜକ ହେବାକୁ ମନାକଲେ ନୀତୀଶ

ମନାକଲେ ନୀତୀଶ, ଖଡଗେ ହେବେ ଅଧ୍ୟକ୍ଷ

ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ବଳ ଗୋଟାଉଛି । ଏନେଇ ଆଜି ବସିଥିବା ବୈଠକରେ ମେଣ୍ଟର ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦାୟିତ୍ୱ ମିଳିଛି । ସେପଟେ ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ହେବାକୁ ସଫାସଫା ମନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାର ମନ୍ତ୍ରୀ ସଞ୍ଜୟ ଝା ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି। ତେବେ ନୀତୀଶ ମନା କରିବା ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସଂଯୋଜକ କରିବା ନିମନ୍ତେ ପ୍ରସ୍ତାବ ଉପରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି। ହେଲେ ଆଧିକାରୀକ ଭାବେ ଏନେଇ ଘୋଷଣା କରାଯାଇନାହିଁ। ଗତ କିଛି ଦିନ ଧରି ଇଣ୍ଡିଆ ମେଣ୍ଟର ମଙ୍ଗ କିଏ ଧରିବ ସେନେଇ ଚର୍ଚ୍ଚା ହେଉଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଠାରୁ ଆରମ୍ଭ କରି ଲାଲୁ ପ୍ରସାଦ ଯାଦବଙ୍କ ନାମ ଏହି ଦୌଡ଼ରେ ରହିଥିଲା। ଶନିବାର ବସିଥିବା ବୈଠକରେ ପ୍ରଥମେ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ କୁହାଯାଇଥିଲା। କିନ୍ତୁ ସେ ଏଥିରେ ରାଜି ହୋଇ ନ ଥିଲେ। ତାଙ୍କର କୌଣସି ପଦବୀ ପାଇଁ ଆଗ୍ରହ ନାହିଁ। ସଂଯୋଜକ କେବଳ କଂଗ୍ରେସରୁ ହେବା ଉଚିତ ବୋଲି ସେ କହିଥିଲେ।