କିଏ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ?

କିଏ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ଖଡ଼ଗେ ନେବେ ନିଷ୍ପତ୍ତି

ବିପୁଳ ବିଜୟ ପରେ ତେଲେଙ୍ଗାନାରେ ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ ।୧୧୯ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ଲାଭ କରିଛି । ସରକାର ଗଠନ କରିବା ନେଇ ସୋମବାର କଂଗ୍ରେସ ବିଧାୟକ ଦଳର ବୈଠକ। ଏଆଇସିସି ପର୍ଯ୍ୟବେକ୍ଷକ ତଥା କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ ତେଲଙ୍ଗାନା ଦାୟିତ୍ୱରେ ଥିବା ଏଆଇସିସି ଇନ୍‌ଚାର୍ଜ ମାନିକରାଓ ଠାକରେଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକ ପରେ ତେଲଙ୍ଗାନାରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ସେନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଷ୍ପତ୍ତି ନିଅନ୍ତୁ ବୋଲି ନବନିର୍ବାଚିତ ବିଧାୟକମାନେ ପ୍ରକାଶ କରିଥିବା ଏଆଇସିସି ପର୍ଯ୍ୟବେକ୍ଷକ ତଥା କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି। ତେଲଙ୍ଗାନା କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ ଏନେଇ ପ୍ରସ୍ତାବ ଦେଇଥିଲେ। ତାଙ୍କ ପ୍ରସ୍ତାବକୁ ଉପସ୍ଥିତ ସମସ୍ତ ବିଧାୟକ ସମର୍ଥନ ଜଣାଇଥିଲେ। ତେବେ କେବେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ, ସେ ନେଇ ଦଳ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇନାହିଁ। ନିର୍ବାଚନରେ କଂଗ୍ରେସ 64 ଆସନ ପାଇଥିବା ବେଳେ ବିଆରଏସ ୩୯ଟି ଆସନ ବିଜେପି ୮ଟି ଆସନ ପାଇଛି।