କେରଳରେ ପ୍ରକୃତିର କରାଳ ରୂପ

କେରଳ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୨୨କୁ ବୃଦ୍ଧି

କେରଳରେ ପ୍ରକୃତିର କରାଳ ରୂପ। ୱାଏନାଡରେ ଭୟଙ୍କର ଭୂସ୍ଖଳନ। ୧୦୦ ପାର୍ କଲାଣି ମୃତ୍ୟୁସଂଖ୍ୟା। ଶତାଧିକ ଆହତ ହୋଇଥିବା ବେଳେ ଏବେବି ଅନେକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ଭୀଷଣ ବର୍ଷା ଓ ଏହା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଶତାଧିକ ଲୋକ ଫସି ରହିଛନ୍ତି। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ। ରେସକ୍ୟୁ ଅପରେସନରେ ଆର୍ମି ଓ ଭାରତୀୟ ସେନାର ଯବାନ ମାନେ ମୁତୟନ ହୋଇଛନ୍ତି। କେରଳ ସରକାର ପକ୍ଷରୁ ଦୁଇଦିନ ପାଇଁ ସମଗ୍ର ରାଜ୍ୟରେ ଶୋକ ଦିବସ ଘୋଷଣା କରିଛନ୍ତି। ସେନାର MI 17 ଓ ALH ହେଲିକପ୍ଟର ବି ନିୟୋଜିତ ହୋଇଛି। ଭୂସ୍ଖଳନ ସ୍ଥଳରୁ ସାମ୍ନାକୁ ଆସୁଛି ଭୟଙ୍କର ଚିତ୍ର। ପାଣିରେ ଧୋଇଯାଇଛି ବିସ୍ତୀର୍ଣ୍ଣ ଅଞ୍ଚଳ। ମାଟିରେ ମିଶିଯାଇଛି ଘରଦ୍ବାର। ରାସ୍ତାଘାଟ ଧୋଇ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ସହ କଥା ହୋଇଛନ୍ତି। ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି। ଏଥିସହ ମୃତାହତଙ୍କୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।