ଆଜିଠୁ ଖୋଲିଛି କେଦାରନାଥ ମନ୍ଦିରର ଦ୍ୱାର

ଆଜିଠୁ ଖୋଲିଛି କେଦାରନାଥ ମନ୍ଦିରର ଦ୍ୱାର

ଆଜିଠୁ ଖୋଲିଛି କେଦାରନାଥ ମନ୍ଦିରର ଦ୍ୱାର । ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହୋଇଛି ପରିବେଶ। ରୀତିନୀତି ଅନୁଯାୟୀ କେଦାରନାଥ ଧାମର ଦ୍ୱାର ଖୋଲାଯାଇଛି। ଏହାସହ ସକାଳ ୧୦ଟା ୧୯ରେ ଗଂଗୋତ୍ରୀ ଦ୍ୱାର ଖୋଲାଯାଇଥିବା ବେଳେ ମଧ୍ୟାହ୍ନ ୧୨ଟା ୨୫ରେ ଯମୁନେତ୍ରୀ ଦ୍ୱାର ଖୋଲାଯାଇଥିଲା। ଏଥି ସହିତ, ମେ’ ୧୨ତାରିଖ ସକାଳ ୬ଟାରେ ବଦ୍ରିନାଥଙ୍କ ଦ୍ୱାର ଖୋଲିବ। ଗତକାଲି ସୁଦ୍ଧା ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି। ଚାରି ଧାମ ଖୋଲିବା ଅବସରରେ ରାଜ୍ୟ ସରକାର ହେଲିକପ୍ଟରରେ ଫୁଲ ବର୍ଷା କରିବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି। ମଧ୍ୟାହ୍ନ ୧୨ଟା ୨୦ରେ ହେଲିକପ୍ଟରରୁ ପୁଷ୍ପବର୍ଷା କରାଯାଇଥିଲା।ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ପତ୍ନୀ ଗୀତା ଧାମି କେଦାରନାଥ ଯାଇ ଦର୍ଶନ କରିଛନ୍ତି।