କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ନାମରେ ଅସଦାଚରଣ ମାମଲା

ୟେଦିୟୁରପ୍ପାଙ୍କ ନାମରେ ଅସଦାଚରଣ ମାମଲା

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଆଇନ ଅଧିନରେ ମାମଲା ରୁଜୁ ହୋଇଛି । ୟେଦିୟୁରପ୍ପାଙ୍କ ନାମରେ ଜଣେ ନାବାଳିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଏହି ମାମଲା ଫେବୃଆରୀ ୨ ତାରିଖରେ ବେଙ୍ଗାଲୁରୁରେ ଘଟିଥିବା କଥା ଅଭିଯୋଗପତ୍ରରେ ଲେଖାଯାଇଛି । ଜଣେ ୧୭ ବର୍ଷିୟା ନାବାଳିକାଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁର ସଦାଶିବନଗର ପୋଲିସ ଷ୍ଟେସନରେ ବିଏସ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଓ ଧାରା ୩୫୪(କ) ଆଧାରରେ ମାମଲା ରୁଜୁ ହୋଇଥିଲଶ । ହେଲେ କର୍ଣ୍ଣାଟକ ଡିଜିପି ମାମଲାକୁ ସିଆଇଡି ହାତକୁ ଦେଇଛନ୍ତି । ଅଭିଯୋଗ ମୁତାବକ ନାବାଳିକା ଜଣଙ୍କ ଫେବୃଆରୀ ୨ ତାରିଖରେ ତାଙ୍କ ସହିତ ହୋଇଥିବା ଉତ୍ପୀଡନ ମାମଲାରେ ୟେଦିୟୁରପ୍ପାଙ୍କ ନିକଟକୁ ସହାୟତା ମାଗିବାକୁ ବେଙ୍ଗାଲୁରୁ ସ୍ଥିତ ଘରକୁ ଯାଇଥିଲେ । ଏହି ସମୟରେ ୟେଦିୟୁରପ୍ପା ତାଙ୍କୁ ଏକ ଘରକୁ ଟାଣିନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକା ଜଣଙ୍କ । ଏନେଇ ନାବାଳିକା ଜଣଙ୍କ ପ୍ରଥମେ ତାଙ୍କ ମା’ଙ୍କୁ ଜଣାଇଥିଲେ । ପୀଡିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ ମାମଲା ରୁଜୁ ହୋଇଛି । ହେଲେ ଏହି ମାମଲା ସାମ୍ନାକୁ ଆସିବା ପରେ ଏହାକୁ ଖଣ୍ଡନ କରିଛନ୍ତି । ଏହାସହ ତାଙ୍କ କାର୍ଯ୍ୟାଳୟରୁ କିଛି ଦସ୍ତାବିଜ ଜାରି କରାଯାଇ କୁହାଯାଇଛି କି, ଯେଉଁ ମହିଳା ଥାନାରେ ଅଭିଯୋଗ କରିଛନ୍ତି ସେ ଏହା ପୂର୍ବରୁ ଏଭଳି ଭାବେ ୫୩ ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛନ୍ତି । ସେପଟେ ପୀଡତାଙ୍କ ମା’ କହିଛନ୍ତି କି, ଏନେଇ ୟେଦିୟୁରପ୍ପାଙ୍କୁ ପଚାରିବାରୁ ସେ କହିଥିଲେ କି ସେ ଦେଖୁଥିଲେ ନାବାଳିକା ସହ ଦୁଷ୍କର୍ମ ହୋଇଛି କି, ନାହିଁ । ଏହାପରେ ୟେଦିୟୁରପ୍ପା କ୍ଷମା ମାଗିବା ସହ କାହା ଆଗରେ ଏସବୁ କିଛି ନ କହିବାକୁ ପୀଡିତାଙ୍କ ମା’ଙ୍କୁ କହିଥିବା ପୀଡିତାଙ୍କ ମା କହିଛନ୍ତି ।