କମିଲା ଗ୍ଯାସ ଦର, ଖାଉଟିଙ୍କୁ ମିଳିବ ଆଶ୍ଵସ୍ତି !

୯୯.୭୫ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର

ଏଣିକି ଖାଉଟିଙ୍କୁ ମିଳିବ ଆଶ୍ଵସ୍ତି, କମିଛି ଗ୍ଯାସ ଦର । ଗ୍ଯାସ ଦର କମିବା କଥା ଶୁଣି ଆପଣ ନିଶ୍ଚୟ ଟିକେ ଆଶ୍ଵସ୍ତି ଲାଭ କରୁଥିବେ । ତେବେ ଆଜି ଅର୍ଥାତ ଅଗଷ୍ଟ ପହିଲାରୁ ଏହି ଦରରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି ତେବେ ଡୋମେଷ୍ଟିକ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି ।

୧୯ କେଜି କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦର ୯୯.୭୫ ଟଙ୍କା କମିଛି। ଦର ହ୍ରାସ ପରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୧,୬୮୦ ଟଙ୍କାରେ ପହଞ୍ଚିଛି। ତେବେ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ହ୍ରାସ ହୋଇନାହିଁ। ଗତ ଜୁନ୍‌ ପହିଲାରେ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦାମ ୮୩ ଟଙ୍କା କମିଥିଲା। ଜୁଲାଇ ୧ ତାରିଖରେ ଗ୍ୟାସ୍‌ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ ଅଗଷ୍ଟ ପହିଲାରୁ ଏହି ଦରରେ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । କମର୍ସିଆଲ ହେଉ ପଛେ ଗ୍ଯାସ ଦର କମିବା ଖାଉଟିଙ୍କୁ ଟିକେ ଆଶ୍ଵସ୍ତି କରିଛି।