ସଂସଦ ଭବନରେ କମାଲ କରିବ ଗଦ୍ଦର ୨

ନୂଆ ସଂସଦ ଭବନରେ ହେବ ଗଦ୍ଦର ୨ର ସ୍ପେଶାଲ ସ୍କ୍ରିନିଂ

ସାଂସଦ ଦେଖିବେ ଗଦ୍ଦର ୨ । ତାହା ପୁଣି ନୂଆ କରି ହୋଇଥିବା ସଂସଦ ଭବନରେ । ଦେଶପ୍ରେମକୁ ନେଇ ତିଆରି ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିବା ପରେ ଏବେ ସଂସଦରେ ଏହାର ପୁରା ସିନ ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ ଅଗଷ୍ଟ ୨୫ରୁ ସଂସଦର ନୂଆ ଭବନରେ  ତିନି ଦିନ ପର୍ଯ୍ୟନ୍ତ ସ୍କ୍ରିନିଂ କରାଯିବ ଗଦର ୨  । ଗଦର ୨ ର ସ୍ପେଶାଲ ସ୍କ୍ରିନିଂ ନୂଆ ସଂସଦ ଭବନରେ ସାଂସଦଙ୍କ ପାଇଁ ଆୟୋଜନ କରାଯିବ  । ଏହି ସ୍କ୍ରିନିଂ ଆଜିଠୁ ଆରମ୍ଭ ହୋଇ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ  ।

ଫିଲ୍ମ  ନିର୍ମାତା କମ୍ପାନୀ ଜି ଷ୍ଟୁଡିଓ ଏନେଇ ସୂଚନା ଦେଇଛନ୍ତି  । ଆଜିଠୁ ତିନି ଦିନ ସକାଳ ୧୧ଟାରେ ସ୍କ୍ରିନିଂ କରାଯିବ  । କିନ୍ତୁ ଫିଲ୍ମ ସହ ଜଡିତ କୌଣସି କଳାକାର ଏହି ସ୍କ୍ରିନିଂରେ ସାମିଲ ହେବେ ନାହିଁ  । ଦେଶ ପ୍ରେମର ପୁରା କାହାଣୀ ଏଥିରେ ଦେଖିବାକୁ ମିଳିଥିବା ବେଳେ ଅଗଷ୍ଟ ୧୧ରେ ରିଲିଜ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୪୦୦ କୋଟି ଟଙ୍କା କଲେକ୍ସନ କରିସାରିଲାଣି  । ଏବଂ ଏବେ ସଂସଦରେ ମଧ୍ୟ ବେସ କମାଲ କରିବ ଯାହାକୁ ନେଇ ଆଶାବାଦୀ ଅଛନ୍ତି ସାଂସଦ।