ଇସ୍ରୋର ଆଉ ଏକ ମାଇଲଖୁଣ୍ଟ

ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । SSLV-D3 ରକେଟରେ ସଫଳ ଉତକ୍ଷେପଣ ହେଲା ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 । ଯାହା ପୃଥିବୀ ଚାରିପଟେ ଘୁରି କ୍ରମାଗତ ଭାବେ ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସକାଳ ୯ଟା ୧୭ରେ ଏହା ଲଞ୍ଚ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବାରେ ଇସ୍ରୋ ସଫଳ ହୋଇଛି ।

ଏହି ସାଟେଲାଇଟର ଓଜନ ୧୭୫.୫ କିଲୋଗ୍ରାମ । ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ କକ୍ଷ ପଥରେ ଅବସ୍ଥାପିତ କରିଛି ଇସ୍ରୋ । ଏଥିରେ ଥିବା ୩ଟି ପେଲୋଡ୍ ଦିନରାତି ପରିବେଶ ନରୀକ୍ଷଣ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଓ ଗଗନଯାନ ମିଶନରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *