କ୍ୟାନ୍ସରକୁ ରୋକିବାକୁ ଭାରତର ନୂଆ ଆବିଷ୍କାର !

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ପକ୍ଷରୁ କ୍ୟାନ୍ସରକୁ ରୋକିବାକୁ ନୂଆ ପଦ୍ଧତି !

ପୁଣି ରୋଗ ଚିହ୍ନଟ ତଥା ନିରାକରଣରେ ଆଉ ପାଦେ ଆଗକୁ ଆଗେଇଛି ଭାରତ । କର୍କଟ ପରି ମାରାତ୍ମକ ରୋଗକୁ ଏବେ ନିରାକରଣ କରାଯାଇପାରିବ । ଖାଲି ନିରାକରଣ ନୁହେଁ ସମୂଳେ ଏହି ରୋଗକୁ ନାଶ କରାଯାଇପାରିବ । ତେବେ କଥାଟି ଅବିଶ୍ଵାସ ଲାଗୁଥିଲେ ବି କଥାଟି ସତ । ଏହି ମାରାତ୍ମକ କର୍କଟ ରୋଗ ଚିହ୍ନଟ ଏବଂ କ୍ୟାନସର ସେଲକୁ ନଷ୍ଟ ପାଇଁ ନୂଆ ପଦ୍ଧତି ବିକାଶ କରିଛି ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ।

ଏହି ରିସର୍ଚ ଅନୁଷ୍ଠାନର ବିଶେଷଜ୍ଞ ଏକ ହାଇବ୍ରିଡ୍ ନାନୋପାଟିକିଲ୍ସର ପ୍ରସ୍ତୁତ କରିଛନ୍ତି ଯାହା କ୍ୟାନସର ରୋଗ ଚିହ୍ନଟ କରିବା ସହ କ୍ୟାନସର ସେଲଗୁଡିକୁ ସମ୍ପୁର୍ଣ୍ଣ ନଷ୍ଟ କରିପାରିବ । ତେବେ ଏହି ପାଟିକିଲ୍ସ ସୁନା ଏବଂ ତମ୍ବାର ମିଶ୍ରଣରେ ତିଆରି କ୍ଷୁଦ୍ର ଧାତୁ ଯାହା ଉତାପ ସୃଷ୍ଟି କରି କ୍ୟାନସର ସେଲ ଗୁଡିକୁ ନଷ୍ଟ କରିବ । ତେବେ ଏହି ପରିକ୍ଷଣରେ ଯଦି ଭାରତ ସଫଳତା ଅର୍ଜନ କରେ ତେବେ ସାରା ବିଶ୍ବରେ ଏକ ନୂଆ ପରିଚୟ ସୃଷ୍ଟି କରିବ ।