ଚନ୍ଦ୍ରାୟନ ପରେ ଆଦିତ୍ୟ ଏଲ୍-୧

ଚନ୍ଦ୍ରଙ୍କ ପରେ ଏବେ ସୂର୍ଯ୍ୟକୁ ଯିବ ଭାରତ

ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢୁଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ । ଆଉ ଏବେ ଆଉ ଗୋଟିଏ ନୂଆ ଚିନ୍ତା ଧାରା ଯୋଡି ହୋଇଛି ଭାରତୀୟ ବୈଜ୍ଞାନିକଙ୍କ ମସ୍ତିସ୍କରେ । ଯଦି ଚନ୍ଦ୍ରୟାନ-3ର ଉତକ୍ଷେପଣ ପ୍ରାୟତଃ ସବୁ ସ୍ତରରେ ସଫଳ ହୋଇଚାଲିଛି । ତେଣୁ ବଢିଛି ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ । ଚନ୍ଦ୍ରମା ପରେ ସୂର୍ଯ୍ୟଙ୍କ ଉପରେ ଇସ୍ରୋର ଲକ୍ଷ୍ୟ । ଆସନ୍ତା ମାସରେ ସୌର ଅଭିଯାନରେ ‘ଇସ୍ରୋ’ ‘ଆଦିତ୍ୟ ଏଲ୍-୧’ର ଉତକ୍ଷେପଣ କରିବ । ଏହି ଯାନ ମାଧ୍ୟମରେ ସୂର୍ଯ୍ୟଙ୍କର ଗତିବିଧି ରେକର୍ଡ କରାଯିବ । ସୂର୍ଯ୍ୟର ଗତିବିଧି ମହାକାଶର ପାଣିପାଗ ଉପରେ କିପରି ପ୍ରଭାବ ପକାଇଥାଏ ତାହା ଏଥିରୁ ଜଣାପଡିବ । ଅଗଷ୍ଟ ୨୬ରେ ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ ଏଲ-୧’ ଲଞ୍ଚ ହେବ ବୋଲି ସୂଚନା ରହିଛି । ଇସ୍ରୋ ମୁଖ୍ୟ ସୋମନାଥ ଏସ୍ କହିଛନ୍ତି, ଆଦିତ୍ୟ-ଏଲ୍-୧ ଅଭିଯାନ ସୂର୍ଯ୍ୟର ଅଧ୍ୟୟନ କରିବା ସହ ସୌର ଗ୍ରହ ଅଧ୍ୟୟନ ପାଇଁ ଏକ ସାଟେଲାଇଟ୍ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ପୃଥିବୀଠାରୁ ଏହାର ଦୂରତା ୧୫ ଲକ୍ଷ କିଲୋମିଟର । ଏହି ଦୂରତାରୁ ଏହି ସାଟେଲାଇଟ୍ ସୂର୍ଯ୍ୟଙ୍କୁ ଭଲ ଭାବରେ ଅନୁଧ୍ୟାନ କରିପାରିବ । ଯଦି ଆଗାମୀ ଦିନରେ ଏହିଭଳି ଭାବେ ଇସ୍ରୋ ସଫଳତାର ପାହାଞ୍ଚ ଚଢିଚାଲେ ତେବେ ନିଶ୍ଚୟ ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିବ ଭାରତ ।