ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କଲା ଭାରତ

ଏସିଆ କପ ଫାଇନାଲରେ ଭାରତୀୟ ମହିଳା ଦଳ

ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତୀ ମହିଳା ଦଳ । ପ୍ରଥମ ସେମିଫାଇନାଲରେ ଭାରତ ୧୦ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଅର୍ଦ୍ଧ ଶତକ ହାସଲ କରିଛନ୍ତି । ସେହିପରି ରେଣୁକା ସିଂ, ରାଧିକା ଯାଦବ ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଏହି ମ୍ୟାଚରେ ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ନିଗାରା ସୁଲତାନା ଓ ସୋରନା ଅଖତାରଙ୍କୁ ଛାଡିଦେଲେ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ବାଂଲାଦେଶ ୨୦ ଓଭରରେ ୮ ୱିକେଟ ହରାଇ ୮୦ ରନ କରିଥିଲା । ସେହିପରି ଭାରତ ୮୧ ରନର ବିଜୟ ଲକ୍ଷ୍ୟକୁ ବିନା ୱିକେଟ ହରାଇ ୧୧ ଓଭରରେ ହାସଲ କରିଥିଲା । ତେବେ ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କା ଓ ପାକିସ୍ତାନ ମୁହାଁ ମୁହିଁ ହେବେ । ଯିଏ ଜିତିବ ସେ ୨୮ ତାରିଖରେ ଭାରତ ସହ ଫାଇନାଲ ଖେଳିବ ।

Leave a Reply

Your email address will not be published. Required fields are marked *