ଦୁଇଟି ସ୍ଵର୍ଣ୍ଣ ସହ ଭାରତର ୮ପଦକ ହାସଲ
ଏସିଆନ ଗେମ୍ସରେ ଚମକୁଛନ୍ତି ଭାରତୀୟ ଖେଳାଳି । ଗତକାଲି ଭାରତ ୫ଟି ପଦକ ହାସଲ କରିଥିବା ବେଳେ ଆଜି ଏ ପର୍ଯ୍ୟନ୍ତ ଆଉ ତିନିଟି ପଦକ ହାସଲ ସହ ୮ପଦକରେ ପହଞ୍ଚିଛି ଭାରତ । ତେବେ ଏହାରି ଭିତରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଏସିଆନ ଗେମ୍ସରେ ଭାରତକୁ ମିଳିଛିଦୁଇ ଦୁଇଟି ସ୍ବର୍ଣ୍ଣ । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଗୋଲ୍ଡ ମେଡାଲ ଜିତିଥିବା ବେଳେ ଶ୍ରୀଲଙ୍କାକୁ ହରାଇ ଗୋଲ୍ଡ ହାତେଇଛି ଭାରତୀୟ ମହିଳା କ୍ରିକେଟ ଦଳ ।
ବାଂଲାଦେଶକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛି । ସେହିପରି ରୋଇଂରେ ମଧ୍ୟ ଭାରତକୁ ପଦକ ମିଳିଛି । ରୋଇଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି । ଏଥିସହ ଅନ୍ୟ ଖେଳରେ ମଧ୍ୟ ମେଡାଲ ପାଇଁ ସଂଘର୍ଷ କରିବ ଭାରତ । ବକ୍ସିଂ, ବାସ୍କେଟବଲ, ଚେସ, ଟେନିସ, ସୁଟିଂ, ସୁଇମିଂରେ ଭାରତ ପାଇଁ ପଦକ ପାଇଁ ଲଢେଇ କରିବ । ତେବେ ଆଗାମୀ ପର୍ଯ୍ୟାୟରେ ଭାରତ ଭଲ ପ୍ରଦର୍ଶନ କରୁ ବୋଲି ଆଶା ରଖିଛନ୍ତି ସମସ୍ତ କ୍ରୀଡାପ୍ରେମୀ ।