ଭାରତ ପାଇଁ ଗୌରବ ଆଣିଲେ ଅମିତ କ୍ଷତ୍ରୀୟ

‘ଚନ୍ଦ୍ରରୁ ମଙ୍ଗଳ’ର ମୁଖ୍ୟ ହେଲେ ଭାରତୀୟ

ଭାରତକୁ ବିଶ୍ୱ ଦରବାରରେ ମିଳୁଛି ସଫଳତା ଓ ସମ୍ମାନ । ଏହି କ୍ରମରେ ଆମେରିକୀୟ ମହାକାଶ ଏଜେନ୍‌ସି ନାସାର ନୂଆ କାର୍ଯ୍ୟକ୍ରମ ‘ଚନ୍ଦ୍ରରୁ ମଙ୍ଗଳ’ର ପ୍ରଥମ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ସଫ୍‌ଟୱେର୍‌ ଏବଂ ରୋବୋଟିକ୍ସ ଇଞ୍ଜିନିୟର ଅମିତ କ୍ଷତ୍ରୀୟଙ୍କୁ ନିଯୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନାସା ଚନ୍ଦ୍ରରେ ଦୀର୍ଘକାଳୀନ ଉପସ୍ଥିତି ସୁନିଶ୍ଚିତ କରିବାକୁ ଯୋଜନା କରିଛି, ଯାହା ଦ୍ୱାରା ଲୋହିତ ଗ୍ରହକୁ ମାନବ ଜାତିର ପରବର୍ତ୍ତୀ ବିଶାଳ ଯୋଜନା ପାଇଁ ପ୍ରସ୍ତୁତ କରାଯିବ । ଶ୍ରୀ କ୍ଷତ୍ରିୟ ତୁରନ୍ତ ଏହି କାର୍ଯ୍ୟାଳୟର ପ୍ରଥମ ମୁଖ୍ୟ ଭାବେ ଯୋଗଦେବେ ବୋଲି ଏଜେନ୍‌ସି ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତିରେ କୁହାଯାଇଛି ।ନାସା ପ୍ରଶାସକ ବିଲ୍‌ ନେଲସନ ଏକ ବିବୃତିରେ କହିଛନ୍ତି ଯେ ଚନ୍ଦ୍ରରୁ ମଙ୍ଗଳ କାର୍ଯ୍ୟକ୍ରମ ନାସାର ଚନ୍ଦ୍ରରେ  ସାହସିକ ଅଭିଯାନ କରିବା ଏବଂ ମଙ୍ଗଳଗ୍ରହରେ ପ୍ରଥମ ମନୁଷ୍ୟ ଅବତରଣ କରିବାକୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ବର୍ତ୍ତମାନ ଅନୁସନ୍ଧାନର ସୁବର୍ଣ୍ଣ ଯୁଗ ଚାଲିଛି ଏବଂ ଏହି ନୂତନ କାର୍ଯ୍ୟକ୍ରମ ନାସାକୁ ସଫଳତାର ସହ ଏକ ଦୀର୍ଘକାଳୀନ ଚନ୍ଦ୍ର ଉପସ୍ଥିତି ସ୍ଥାପନ କରିବାରେ ସାହାଯ୍ୟ କରିବ।