୨୪ ଘଣ୍ଟିଆ ଧର୍ମଘଟ ଆହ୍ୱାନ ଦେଲେ ଭାରତୀୟ ମେଡିକାଲ ସଂଘ
କୋଲକାତାର ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦ ଦେଖାଦେଇଛି । ଏହାରି ଭିତରେ ଭାରତୀୟ ମେଡିକାଲ ସଂଘ ଧର୍ମଘଟ ଡାକରା ଦେଇଛି। ଫଳରେ କୋଲକାତା ସମେତ ଦେଶର ବିଭିନ୍ନ ହସ୍ପିଟାଲରେ ଡାକ୍ତରୀ ସେବା ବନ୍ଦ ରହିବାର ଆଶଙ୍କା ଉପୁଜିଛି। ଆଇଏମଏ ତରଫରୁ ଅଗଷ୍ଟ ୧୭ରୁ ୧୮ ତାରିଖ ପର୍ୟ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହି ସମୟ ମଧ୍ୟରେ ଓପିଡି ଓ ଇଲେକ୍ଟିଭ ସର୍ଜରୀ ସେବା ବନ୍ଦ ରହିବ। ଏହା ପୂର୍ବରୁ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ପକ୍ଷରୁ ମଧ୍ୟ ଧର୍ମଘଟର ଡାକ୍ତର ଦିଆଯାଇଛି। ସେପଟେ ବୁଧବାର ରାତିରେ ହୋଇଥିବା ହିଂସାତ୍ମକ ବିକ୍ଷୋଭ ଓ ଭଙ୍ଗାରୁଜା ପରେ ମାମଲା ଆହୁରି ଜଟିଳ ହୋଇଛି। ଘଟଣାର ତଦନ୍ତ ପାଇଁ ସିବିଆଇର ଏକ ଟିମ୍ କୋଲକାତା ଯାଇଛି। ଆଉ ଗୁରୁବାର ସିବିଆଇ ମୃତ ଟ୍ରେନି ଡାକ୍ତରଙ୍କ ତିନିଜଣ ବ୍ୟାଚମେଟଙ୍କୁ ପଚରାଉଚରା କରିଥିବା ବେଳେ ଅଧିକ ପଚରାଉଚରା ପାଇଁ ଆରଜି କର ମେଡିକାଲ କଲେଜର ଅଧ୍ୟକ୍ଷା ସୁରିତା ପାଲଙ୍କୁ ସିଜିଓ କମ୍ପ୍ଲେକ୍ସକୁ ନେଇଥିଲା।