ୱାର୍ଲ୍ଡକପର ବଦଲା ନେବ ଭାରତ !

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ

ଅଷ୍ଟ୍ରେଲିଆଠୁ ବଦଲା ନେବ ଭାରତ ! ଚଳିତ ୱାର୍ଲ୍ଡକପ ଫାଇନାଲର ରାଗ ସୁଝାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ତେବେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ । ଡିସେମ୍ବର ୫ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ଖେଳାଯିବ । ତେବେ ଏହି ମ୍ଯାଚ ପାଇଁ ଟିମ୍ ଇଣ୍ଡିଆର ନୂଆ ରଣନୀତି । ଟିମର ମଙ୍ଗ ଧରିବେ ସୂର୍ଯ୍ୟକୁମାର ଯାଦବ । ଆଜି ପ୍ରଥମ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ । ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ ।

ଦଳରେ ସୂର୍ଯ୍ୟକୁମାର ଅଧିନାୟକ ରହିଥିବାବେଳେ ଋତୁରାଜ ଗାଇକ୍ବାଡ ଉପଅଧିନାୟକ, ଇଶାନ କିଷନ, ଯଶସ୍ୱୀ ଜୟସୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା, ଓ୍ବାସିଂଟନ ସୁନ୍ଦର, ଅକ୍ଷର ପଟେଲ, ଶିବମ ଦୁବେ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ, ମୁକେଶ କୁମାର ସ୍ଥାନ ପାଇଛନ୍ତି । ଏହି ଟି-୨୦ ସିରିଜ ହାତେଇବାକୁ ଆପ୍ରାଣ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ ।