ଖୁବଶୀଘ୍ର ଦେଶରେ ବନ୍ଦେ ଭାରତ ମେଟ୍ରୋ ସେବା

ଖୁବଶୀଘ୍ର ଦେଶରେ ବନ୍ଦେ ଭାରତ ମେଟ୍ରୋ ସେବା

ଖୁବଶୀଘ୍ର ଦେଶରେ ଆରମ୍ଭ ହେବ ବନ୍ଦେ ଭାରତ ମେଟ୍ରୋ ସେବା । ଜୁଲାଇରୁ ଆରମ୍ଭ ହେବ ଏହାର ଟ୍ରାଏଲ ରନ ।
ଭାରତରେ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନକୁ ସଫଳତା ମିଳିବା ପରେ ଏବେ ଦେଶରେ ବନ୍ଦେ ମେଟ୍ରୋ ଯୋଜନା ଆରମ୍ଭ ହେବାକୁ ଯାଉଛି । ରେଳବାଇର ଏହି ଯୋଜନା ସହ ଜଡିତ ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ୨୦୨୪ ଜୁଲାଇ ମାସ ସୁଦ୍ଧା ଏହାର ଟ୍ରାଏଲ ରନ୍ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଖୁବଶୀଘ୍ର ମେଟ୍ରୋ ସେବା ଯୋଗାଇ ଦେବା ପାଇଁ ଯୋଜନା ରହିଛି । ଦେଶକୁ ମିଳିବ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ବନ୍ଦେ ଭାରତ ମେଟ୍ରୋ ସେବା ଆରମ୍ଭ ହେଲା ଯାତ୍ରୀଙ୍କୁ ଅନେକ ସୁବିଧା ମିଳିବ । ମେଟ୍ରୋ ସେବା ଆରମ୍ଭ ହେବା ଦ୍ୱାରା ଖୁବ କମ ସମୟରେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରିପାରିବେ । ମେଟ୍ରୋରେ ସ୍ୱୟଂଚାଳିତ କବାଟ, ଶୀତତାପ ନିୟନ୍ତ୍ରଣ, ଉଚ୍ଚ ଆରାମ ସାଙ୍ଗକୁ ଏଥିରେ ଅନେକ ଫିଚର୍ସ ମିଳିବ ଯାହା ବର୍ତ୍ତମାନ ଚାଲୁଥିବା ମେଟ୍ରୋ ଟ୍ରେନରେ ଉପଲବ୍ଧ ନାହିଁ । ଏହାର ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ରହିବ । ଏହି ଟ୍ରେନରେ ୧୨ଟି କୋଚ୍ ରହିବ । ସର୍ବାଧିକ ୧୬ଟି କୋଚ୍ ରହିପାରିବ । ଏହି ଟ୍ରେନ୍ ସେହିମାନଙ୍କ ପାଇଁ ବେଶି ସହାୟକ ହେବ ଯେଉଁମାନେ ପ୍ରତିଦିନ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯାତ୍ରା କରିଥାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ମେଟ୍ରୋ ଟ୍ରେନ୍ ୧୨୪ଟି ସହରକୁ ସଂଯୋଗ କରିବ ।