ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ

ଆଜିଠୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଆରମ୍ଭ ହେଉଛି ତୃତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଛି ଭାରତ । ରାଜକୋଟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ଜିତି ଭାରତ ସିରିଜରେ ଆଗୁଆ ହେବାକୁ ଲକ୍ଷ୍ୟ ରଖିଛି । ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତନ କରିବାର ସମ୍ଭାବନା ରହିଛି । ଯୁବ ବ୍ୟାଟର ସର୍ଫରାଜ ଖାନ ଅନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିପାରନ୍ତି । ସେହିପରି ୱିକେଟ୍ କିପର ଭାବେ ଧ୍ରୁବ ଜୁରେଲଙ୍କୁ ମଧ୍ୟ ପଦାର୍ପଣର ସୁଯୋଗ ମିଳିପାରେ । ସେହିପରି ଫିଟ୍ ହୋଇସାରିଥିବା ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ । ମ୍ୟାଚରେ ଭେଟେରାନ ସ୍ପିନର ଆର୍ ଅଶ୍ୱିନଙ୍କ ପାଖରେ ବଡ଼ ମାଇଲଖୁଂଟ ଛୁଇଁବାର ସୁଯୋଗ ରହିଛି ।