ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ । ରାଇପୁରରେ ଖେଳାଯିବ ମ୍ୟାଚ । ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ସେପଟେ ଭାରତକୁ ହରାଇ ସିରିଜ ବରାବର ଲକ୍ଷ୍ୟରେ କଙ୍ଗାରୁ ଦଳ । ପୂର୍ବରୁ ଖେଳାଯାଇଥିବା ୩ଟି ମ୍ୟାଚ ୨ଟି ମୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ତୃତୀୟ ମ୍ୟାଚରେ ଟିମ ଇଣ୍ଡିଆକୁ ହରାଇଥିଲା ଅଷ୍ଟ୍ରେଲିଆ । ୩ଟି ଯାକ ମ୍ୟାଚରେ ହାଇସ୍କୋର ଦେଖିବାକୁ ମିଳିଛି । ଗତ ମ୍ୟାଚରେ ଭାରତ ୨୨୨ ରନର ବିଶାଳ ସ୍କୋର କରି ମଧ୍ୟ ହାରିଥିଲା । ଖରାପ ବୋଲିଂ ପଦର୍ଶନ ଯୋଗୁ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ତେଣୁ ଆଜିର ମ୍ୟାଚରେ ଅଧିକ ରନ ବ୍ୟୟ କରିଥିବା ପ୍ରସିଦ୍ଧ କୃଷ୍ଣ ଟିମରୁ ବାଦ ପଡିପାରନ୍ତି । ତାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସାମିଲ କରାଯାଇପାରେ । ବିବାହ ଯୋଗୁ ତୃତୀୟ ମ୍ୟାଚ ଖେଳିନଥିବା ମୁକେଶଙ୍କୁ ଟିମରେ ସାମିଲ କରାଯାଇପାରେ । ଯଦି ପ୍ରସିଦ୍ଧ କୃଷ୍ଣ ଖେଳନ୍ତି ତେବେ ଆଭେସ ଖାନଙ୍କୁ ଟିମରେ ସୁଯୋଗ ମିଳିନପାରେ । ତେବେ ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।