ଆଜି ପୁଣି ଭାରତ-ପାକିସ୍ତାନ କଡା ଟକ୍କର!

ପାକିସ୍ତାନ ବିପକ୍ଷରେ କଣ ରହିବ ଭାରତର ରଣନୀତି ?

ଭାରତ-ପାକ କଡା ମୁକାବିଲା ଆଜି ଆଉଥରେ ଏଖିବାକୁ ମିଳିବ । ଆଜି ଏସିଆ କପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ତେବେ ଭାରତ ପାକିସ୍ତାନ ମଧ୍ୟରେ ହେଉଥିବା ପ୍ରତିଟି ମ୍ଯାଚକୁ ଦର୍ଶକ ଖୁବ ପସନ୍ଦ କରୁଥିବା ବେଳେ ଆଜି କାହାର ପଲ୍ଲା ଭାରି ରହୁଛି ତାହା ଉପରେ ସଭିଙ୍କ ନଜର । ତେବେ ସୁପର-୪ ମୁକାବିଲାରେ ମୈଦାନରେ ଆମ୍ନାସାମ୍ନା ହେବେ ଭାରତ ପାକିସ୍ତାନ । ଆଜି ଦିନ ୩ଟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ, ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଏହି ମ୍ୟାଚ୍ ଖେଳାଯିବ ।

ତେବେ ମ୍ୟାଚ୍ ଆରମ୍ଭ ହେବାର ବହୁ ପୂର୍ବରୁ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କରିଛି ପାକିସ୍ତାନ ଟିମ୍ । ଭାରତ ବିପକ୍ଷ ମ୍ୟାଚ୍ ଖେଳିଥିବା ମହମ୍ମଦ ନବାଜଙ୍କ ସ୍ଥାନରେ ଦଳ ଏଥର ଫହୀମ ଅଶରଫଙ୍କୁ ସୁଯୋଗ ଦେଇଛି । ତେବେ ଗତ ମ୍ଯାଚରେ ଭାରତ ବିପକ୍ଷରେ ବ୍ୟାଟିଂ ପାଇନଥିବା ପାକିସ୍ତାନ ଆଜି କଣ ଗେମ ପ୍ଳାନ ରଖିଛି ତାହା ଆଉ କିଛି ସମୟ ପରେ ଜଣାପଡିଯିବ ।