ଭାରତ ଆସୁଛନ୍ତି ବାଇଡେନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କରିବେ ଦ୍ଵିପାକ୍ଷିକ ଆଲୋଚନା

ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆସନ୍ତା ଆପଟହରେ ଜି-20 ଶିଖର ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତରେ ଆସୁଥିବା ନେଇ ସୂଚନା ରହିଛି । ସେପ୍ଟେମ୍ବର 9 ଏବଂ 10 ରେ ନୂଆଦିଲ୍ଲୀରେ ବସିବ ଜି-20 ଶିଖର ସମ୍ମିଳନୀ ବୈଠକ। ବୈଠକରେ ଯୋଗ ଦେବାକୁ ସେପ୍ଟେମ୍ବର 7ରେ ଭାରତରେ ପହଞ୍ଚିବେ ବାଇଡେନ। ସେପ୍ଟେମ୍ବର 8ରେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।  ବାଇଡେନଙ୍କ ଆସିବା ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ଉଛଣା ମିଳିଛି । ସେପ୍ଟେମ୍ବର 7ରେ ରାଷ୍ଟ୍ରପତି ଜି-20  ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ।

ଶୁକ୍ରବାର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ।” ଏହି ଅବସରରେ ୟୁକ୍ରେନ-ଋଷ ଯୁଦ୍ଧ ଫଳରେ ଅର୍ଥନୈତିକ ତଥା ସାମାଜିକ ପ୍ରଭାବକୁ କିପରି ହ୍ରାସ କରାଯାଇ ପାରିବ ଏବଂ ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜର ସମାଧାନ ସହିତ ଦାରିଦ୍ର୍ୟର ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ସମେତ ବହୁପକ୍ଷୀୟ ବିକାଶ ବ୍ୟାଙ୍କର କ୍ଷମତା ବୃଦ୍ଧି କରିଯାଇ ପାରିବ ସେ ଉପରେ ଆଲୋଚନା କରିବେ ବୋଲି ହ୍ୱାଇଟ୍ ହାଉସ୍ କହିଛି। ତେବେ ଆଗାମୀ ଦିନରେ କେଉଁ କେଉଁ ଆଲୋଚନା ହେଉଛି ତାହା ଦେଖିବାକୁ ଅପେକ୍ଷା ।