ଆରବସାଗରରେ ୩ ଯୁଦ୍ଧ ଜାହାଜ
ଆରବସାଗରରେ ୩ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ । କର୍ଣ୍ଣାଟକ ମାଙ୍ଗାଲୋର ଆସୁଥିବା ଅଶୋଧିତ ତୈଳ ବୋଝେଇ ଜାହାଜ ଉପରେ ଡ୍ରୋନ ଆଟାକ ପରେ ଭାରତ ଏଭଳି ପଦକ୍ଷେପ ନେଇଛି । ସତର୍କ ରହିବା ସହ ଯୁଦ୍ଧ ଜାହାଜ ମୁତୟନ କରିଛି । ଆଇଏନଏସ ମୋରମୁଗାଓ, ଆଇଏନଏସ କୋଚି, ଆଇଏନଏସ କୋଲକାତା ଭଳି ଯୁଦ୍ଧ ଜାହାଜ ମୁତୟନ ହୋଇଛି । ଏଥିସହ ଭାରତୀୟ ନୌସେନା ତାର ପି-୮୧ ଦୂରଗାମୀ ପାଟ୍ରୋଲ ଏୟାରକ୍ରାଫ୍ଟ ସର୍ଭେଲାନସରେ ନିୟୋଜିତ ହୋଇଛି । ଆଉ ଏପଟେ ଯେଉଁ ଜାହାଜ ଉପରେ ଆକ୍ରମଣ ହୋଇଥିଲା, ନୌସେନାର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ତାର ତଦନ୍ତ କରୁଛି । ଜାହାଜର ଯେଉଁ ଅଂଶରେ ଆକ୍ରମଣ ହୋଇଥିଲା, ସେଠାରୁ କିଛି ଭଗ୍ନାଂବଶେଷ ସଂଗ୍ରହ କରାଯାଇ ପରୀକ୍ଷା ଚାଲିଛି । କେତେ ପରିମାଣର ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଆକ୍ରମଣ ପାଇଁ କ’ଣ କ’ଣ ବ୍ୟବହାର କରାଯାଇଥିଲା ସେସବୁର ତଦନ୍ତ ଚାଲିଛି । ଗତ ଶନିବାର ହୋଇଥିଲା ସାଉଦ ଆରବରୁ ମାଙ୍ଗାଲୋର ଆସୁଥିବା ବେଳେ ଆରବ ସାଗରରେ ଏମଭି କେମ୍ ପ୍ଲୋଟୋ ତୈଳବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା ।
