ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ

ରାଜକୋଟରେ ରୋହିତ ବାହିନୀର ବଡ଼ ବିଜୟ

ରାଜକୋଟରେ ରୋହିତ ବାହିନୀର ବଡ଼ ବିଜୟ । ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ରବିବାର ଇଂଲଣ୍ଡକୁ ୪୩୪ ରନର ବିଶାଳ ରନ୍ ବ୍ୟବଧାନରେ ହରାଇଛି ମେନ୍ ଇନ୍ ବ୍ଲୁ । ଏଥିସହ ଟେଷ୍ଟ ସିରିଜରେ ଦଳ ୨-୧ରେ ଆଗୁଆ ହୋଇଛି । ବ୍ୟାଟ୍ସମ୍ୟାନ୍ ଯଶ୍ୱସୀ ଜୟସୱାଲ ଦମଦାର ବ୍ୟାଟିଂ କରିବା ସହିତ ନିଜର ଦ୍ୱିଶତକ ଅର୍ଜନ କରିଥିଲେ । ତାଙ୍କ ସହ ଶୁଭମନ୍ ଗିଲ୍ ୯୧ ରନର ଇଂନିସ ଆଉ ସର୍ଫରାଜ ଖାନ୍ ୬୮ ରନର ଇଂନିସ୍ ଖେଳିଥିଲେ । ଏହାପରେ ଦଳ ୪୩୦ ରନ୍ କରି ପାଳି ଘୋଷଣା କରିଦେଇଥିଲା । ଏହାପରେ କିନ୍ତୁ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଟିମ୍ ପ୍ରଥମରୁ ହିଁ ହାତ ଟେକି ଦେଇଥିଲା । ଦଳର କୌଣସି ବି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ବଡ ସ୍କୋର କରିବାକୁ ସକ୍ଷମ ହେଇନଥିବା ବେଳେ, କେବଳ ମାର୍କ ଉଡ୍ ୩୦ରୁ ଅଧିକ ରନ୍ କରିବାକୁ ସକ୍ଷମ ହେଇଥିଲେ । ଆଉ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଇଂଲଣ୍ଡ ଟିମ୍ ମାତ୍ର ୧୨୨ ରନରେ ଅଲଆଉଟ୍ ହେଇଯାଇଥିଲା ।