ସଂସଦରୁ ନିଲମ୍ବନ ବିରୋଧରେ ଇଣ୍ଡିଆ ମେଣ୍ଟର ଦେଶବ୍ୟାପୀ ପ୍ରତିବାଦ କରିବ

ଦେଶବ୍ୟାପୀ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ

ସଂସଦରୁ ନିଲମ୍ବନ ବିରୋଧରେ ଆଜି ଦେଶବ୍ୟାପୀ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ । ସଂସଦ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ବିରୋଧୀ ଦଳ ସାଂସଦ ସରକାରଙ୍କ ବିବୃତି ଦାବି କରି ନିଲମ୍ବିତ ହେବା ପରେ ତାତିଛି ଇଣ୍ଡିଆ ମେଣ୍ଟ। ଆଜି ସାରା ଦେଶରେ ଇଣ୍ଡିଆ ମେ ଣ୍ଟ କରିବ ପ୍ରତିବାଦ। ସାଂସଦଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନେବା ଲାଗି ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ବିରୋଧରେ ସାଂସଦ କରିବେ ଗର୍ଜନ। ଦେଶବ୍ୟାପୀ ବିରୋଧ କରିବାକୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କରିଥିଲେ ଘୋଷଣା। ଗତ ଡିସେମ୍ବର ୧୩ରେ ସଂସଦ ଭିତରେ ଓ ବାହାରେ ଯେପରି ନିରାପତ୍ତା ତ୍ରୁଟି ହୋଇଥିଲା ସେନେଇ ବିରୋଧୀ ଦଳ ସାଂସଦମାନେ ଗୃହମନ୍ତ୍ରୀଙ୍କ ବିବୃତି ଚାହିଁଥିଲେ। ମାତ୍ର ସରକାର ଏହାକୁ କର୍ଣ୍ଣପାତ ନ କରି ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ। ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସାଂସଦମାନଙ୍କୁ ସସପେଣ୍ଡ କରାଯାଇଛି ବୋଲି ବିରୋଧୀ ନେତା ଅଭିଯୋଗ କରିଛନ୍ତି। ଶୀତକାଳୀନ ଅଧିବେଶନରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ୧୪୬ ସାଂସଦଙ୍କୁ କରାଯାଇଛି ସସପେଣ୍ଡ ।