ନୋଇଡାରେ ବନ୍ୟା ନେଲାଣି ୪ ଜୀବନ
ଯମୁନା ପରେ କଲବଲ କରୁଛି ହିଣ୍ଡନ ନଦୀର ଜଳ । ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ହିଣ୍ଡନ୍ ନଦୀରେ ଏବେ ଏକ ବଡ଼ ଧରଣର ବନ୍ୟା ଆସିଛି । ଏହା ଫଳରେ ନୋଇଡାରର ଏକ ବଡ଼ ଅଂଚଳ ଜଳମଗ୍ନ ହୋଇଛି । ନୋଇଡାର ଗୌତମ ବୁଦ୍ଧ ନଗର ଚିଜାରାସୀ ଗ୍ରାମରୁ ମୋମନାଥଲ ପର୍ଯ୍ୟନ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ବନ୍ୟା ଜଳ ଯୋଗୁଁ ଅନେକ ବେଆଇନ କଲୋନୀରେ ପାଣି ପଶିଯାଇଛି । ସେହିପରି ନୋଇଡାର ସେକ୍ଟର-୧୪୨ରେ ଥିବା ଇକୋଟେକ୍-୩ ନିକଟରେ ଥିବା ଏକ ବେଆଇନ ପାର୍କିଂରେ ବନ୍ୟା ଜଳ ପ୍ରବେଶ କରିବା ପରେ ସେଠାରେ ଥିବା ଶହ ଶହ କାର ପାଣିରେ ବୁଡ଼ିଯାଇଛି । ସେଠାରେ ଥିବା ପ୍ରାୟ ୩ ଶହରୁ ଅଧିକ କାର ପାଣିରେ ବୁଡ଼ିଯାଇଛି । ହିଣ୍ଡନ ନଦୀ ତଟରେ ଥିବା ଅଂଚଳ ସୁତ୍ୟାନା, କୁଲେସରା ଓ ଶାହଦରା ସମେତ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଘରେ ରହିବାକୁ ପୋଲିସ ସତର୍କ କରାଇଛି । ଅନ୍ୟପକ୍ଷରେ ହିଣ୍ଡନ ନଦୀରେ ଆସିଥିବା ଏହି ବନ୍ୟା ଫଳରେ ଏପର୍ଯ୍ୟନ୍ତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଛି ।