ବଜେଟରେ ସାଧାରଣ ଲୋକଙ୍କୁ ମିଳିଲା କ’ଣ ?

ବଜେଟରେ କ’ଣ ହେଲା ଶସ୍ତା କ’ଣ ହେଲା ମାହାଙ୍ଗା?

ଆଜି ୨୦୨୪-୨୫ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ନିର୍ମଳା ସୀତାରମଣଙ୍କ ଏହା ସପ୍ତମ ବଜେଟ । ବଜେଟରେ ଅଲଗା ଅଲଗା ସେକ୍ଟର ପାଇଁ ଘୋଷଣା ହେଉଛି । ହେଲେ ଏହି ବଜେଟରେ ସାଧାରଣ ଲୋକଙ୍କ ପାଇଁ କଣ ମହଙ୍ଗା ହେଲା ଓ କଣ ଶସ୍ତା ହେଲା ତାହା ଉପରେ ନଜର ରହିଛି । ତେବେ ଏହି ବଜେଟରେ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶସ୍ତା ହେବ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି । ଆହୁରି ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ । ଅନ୍ୟପଟେ ଶସ୍ତା ହେବ କ୍ୟାନ୍‌ସର୍‌ ଔଷଧ । ୩ ପ୍ରକାର କ୍ୟାନ୍‌ସର୍‌ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ । ଔଷଧ ଏବଂ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏକ୍ସରେ ଟ୍ୟୁବ୍‌ ଉପରୁ ମଧ୍ୟ ଶୁଳ୍କ ହ୍ରାସ ନେଇ ମଧ୍ୟ ଘୋଷଣା ହୋଇଛି ।ସେହିପରି ଶସ୍ତା ହେବ ସୁନା ରୁପା ଦର । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ । ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ ବୋଲି ଘୋଷଣା କରିଛନ୍ତି । ସେମିତି ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଅପରପକ୍ଷେ ମହଙ୍ଗା ହେବ ପ୍ଲାଷ୍ଟିକ । ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବା ନେଇ ମଧ୍ୟ ଘୋଷଣା ହୋଇଛି ।

Leave a Reply

Your email address will not be published. Required fields are marked *