ଦେଶରେ ବଢୁଛି ଚିତା ମଡକ। ପୁଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଗଲା ଆଉ ଏକ ଚିତାର ଜୀବନ। ଦୁଇ ଦିନ ତଳେ ଚିତା ତେଜସର ମୃତ୍ୟୁ ହୋଇଥିବା ବେଳେ ଏବେ ଯାଇଛି ଅଣ୍ଡିରା ଚିତା ସୁରଜର ଜୀବନ। କିଛି ଦିନ ଧରି ଗୁରୁତର ଭାବେ ଅସୁସ୍ଥ ଥିଲା ସୁରଜ । ଆଉ ଏବେ ଆଖି ବୁଝିଛି। ପାଞ୍ଚ ମାସ ମଧ୍ୟରେ ୮ଟି ଚିତାର ମୃତ୍ୟୁ ହେଲାଣି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।
ଦୁଇ ଦିନ ତଳେ ତେଜସର ମଧ୍ୟ ମୃତ୍ୟୁ ହୋଇଛି । ତେଜସକୁ ଆହତ ଅବସ୍ଥାରେ ପାଇଥିଲେ ମନିଟରିଂ ଟିମ୍ । ଏହା ପରେ ଚିତାର ଚିକିତ୍ସା କରାଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାର ଜୀବନ ବଞ୍ଚାଯାଇପାରିନଥିଲା । ମୃତ୍ୟୁ ପୂର୍ବରୁ ଚିତାଟି ଅନେକ ସମୟ ଧରି ଅଚେତ ଥିଲା । ତେଜସ ପ୍ରି ଚିତା ସୂରଜ ମଧ୍ୟ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଦକ୍ଷିଣ ଆଫ୍ରିକୀୟ ଚିତାଙ୍କ ମୃତ୍ୟୁକୁ ନେଇ ଏବେ ସବୁଥି ବଡ ପ୍ରଶ୍ନ ଉଙ୍କି ମାରୁଛି। କେଉଁ କାରଣରୁ ଚିତାଙ୍କ ମୃତ୍ୟୁ ଘଟୁଛି ତାକୁ ନେଇ ତର୍ଜମା କରିବାକୁ ପଶୁପ୍ରେମୀମାନେ ସ୍ଵର ଉଠାଇଛନ୍ତି ।