କଂଗ୍ରେସ ନେତାଙ୍କ ଅଭିଯୋଗର ଜବାବ ଦେଲେ କଙ୍ଗନା

‘ନା ମୁଁ ବିଫ ଖାଏ, ନା ରେଡ ମିଟ’

କଂଗ୍ରେସ ନେତାଙ୍କ ଅଭିଯୋଗର ଜବାବ ରଖିଛନ୍ତି କଙ୍ଗନା ରଣାୱତ । ସେ କହିଛନ୍ତି ସେ ବିଫ ଖାଆନ୍ତି ନାହିଁ କି କୌଣସି ପ୍ରକାର ରେଡ ମିଟ ଖାଆନ୍ତି ନାହିଁ । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି ବଲିଓଡ ଅଭିନେତ୍ରୀ କଙ୍ଗନା ରଣାୱତ । କଙ୍ଗନା ରାନାୱତ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ‘ମୁଁ ଗୋମାଂସ କିମ୍ବା କୌଣସି ପ୍ରକାରର ରେଡ ମିଟ ଖାଏ ନାହିଁ। ଏହା ଲଜ୍ଜାଜନକ ଯେ ମୋ ବିଷୟରେ ସଂପୂର୍ଣ୍ଣ ଭିତ୍ତିହୀନ ଗୁଜବ ପ୍ରଚାରିତ ହେଉଛି । ମୁଁ ଦଶନ୍ଧି ଧରି ହେବ ଯୋଗ ଏବଂ ଆୟୁର୍ବେଦିକ ଜୀବନଶୈଳୀକୁ ପ୍ରୋତ୍ସାହିତ କରିଆସୁଛି। ସେ ଆହୁରି କହିଛନ୍ତି, ଏଭଳି କୌଶଳ ମୋ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ କାମ କରିବ ନାହିଁ କାରଣ ଲୋକମାନେ ମୋତେ ଜାଣନ୍ତି ଯେ ମୁଁ ଜଣେ ଗର୍ବୀ ହିନ୍ଦୁ ଏବଂ କୌଣସି ଜିନିଷ ସେମାନଙ୍କୁ କେବେ ବି ବିଭ୍ରାନ୍ତ କରିପାରିବ ନାହିଁ ।’ ସୂଚନା ଅନୁସାରେ, କଂଗ୍ରେସ ନେତା ବିଜୟ ୱାଡେଟିୱାର ଅଭିଯୋଗ କରିଥିଲେ ଯେ କଙ୍ଗନା ରାନାୱତ ଥରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ କି ସେ ବିଫ ପସନ୍ଦ କରନ୍ତି ଏବଂ ଖାଆନ୍ତି। ତେଣୁ ଏହାକୁ ନେଇ ସେ କଙ୍ଗନାଙ୍କ ଉପରେ ଅଭିଯୋଗ ଆଣିଥିଲେ।