ମଣିପୁର ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା
ମଣିପୁରରେ ‘କୁକି’ ସମ୍ପ୍ରଦାୟର ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇ ଥିବା ଘଟଣା । ଏଥିରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଉତ୍ତ୍ୟକ୍ତ ଜନତା ପୋଡ଼ି ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଖବର ମିଳିବା ପରେ ପରେ ବହୁସଂଖ୍ୟକ ଉତ୍ତ୍ୟକ୍ତ ଜନତା ମଣିପୁର ରାଜ୍ୟର ଥୌବାଲ୍ ଜିଲ୍ଲା ଅନ୍ତର୍ଗତ ୟାଇରୀପୋକ୍ ଗ୍ରାମରେ ଏକତ୍ର ହୋଇଥିଲେ । ତା’ପରେ ସେମାନେ ମୁଖ୍ୟ ଅଭିଯୁକ୍ତ ହୁଇରେମ୍ ହେରୋଦାସ ମୈତେଈଙ୍କ ଘରେ ନିଆଁ ଲଗାଇ ଦେଲେ । ବର୍ତ୍ତମାନ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ଘରପୋଡ଼ି ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଉକ୍ତ ଅମାନବୀୟ ଭିଡିଓ କାଣ୍ଡରେ ସମ୍ପୃକ୍ତ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂହ କହିଛନ୍ତି ଯେ, ଉକ୍ତ ଭିଡିଓ ଦେଖିବା ପରେ ଆମେ ଏହି ଜଘନ୍ୟ ଅପରାଧକୁ ନିନ୍ଦା କରିବାକୁ ନିଷ୍ପତ୍ତି ନେବା ସହିତ ଏହାକୁ ମାନବତା ପ୍ରତି ଅପରାଧ ବୋଲି ବିଚାର କଲୁ। ଘଟଣାର ଅଧିକ ତଦନ୍ତ ଚାଲିଛି।