ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ
ଭାରତ- ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ। ଶସ୍ତା ହେବ ଦାମୀ କାର୍, ମଦ ଓ ଚମଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଷ୍ଟାରମର ବାଣିଜ୍ୟ ଚୁକ୍ତି ସହିତ ପ୍ରତ୍ୟର୍ପଣ, ଗଣତନ୍ତ୍ରର ସୁରକ୍ଷା, ଏବଂ ବିଶ୍ୱ ସମସ୍ୟା ଉପରେ ସହଯୋଗ ବିଷୟରେ ଆଲୋଚନା କରାଯାଇଛି । ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଲଣ୍ଡନରେ ମୋଦୀ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ବ୍ରିଟେନ ଗସ୍ତ । ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦୁଇ ନେତା ଐତିହାସିକ ୟୁକେ-ଭାରତ ବାଣିଜ୍ୟ ଚୁକ୍ତିନାମା ଉପର ସ୍ୱାକ୍ଷର କରିଛନ୍ତି । ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦ୍ୱାରା ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟ ୨୫.୫ ବିଲିୟନ ପାଉଣ୍ଡ ବୃଦ୍ଧି ପାଇବାର ଆଶା କରାଯାଉଛି ।

ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ଵାରା ଭାରତକୁ ଅନେକ ଲାଭ ମିଳିବ। ସାମଗ୍ରୀରେ ଲାଗିନପାରେ ଟିକସ, ଦୁଇ ଦେଶର କମ୍ପାନିଙ୍କୁ ଫାଇଦା ମିଳିବ। ୨୦୩୦ ବେଳକୁ ଭାରତ-ୟୁକେ ବାଣିଜ୍ୟ ଦୁଇ ଗୁଣା ବୃଦ୍ଧି ଲକ୍ଷ୍ୟ, ଭାରତ -ୟୁକେ ବାଣିଜ୍ୟ ୧୦ଲକ୍ଷ କୋଟି ଛୁଇଁବ, ୟୁକେରେ ଭାରତୀୟ ଖେଳଣା, ସୁନାଗହଣାର ମୂଲ୍ୟ ଶସ୍ତା ହେବ। ଭାରତରେ ଶସ୍ତା ହେବ ବ୍ରିଟିଶ ଦାମୀ କାର୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ୟୁକେ ମଧ୍ୟରେ ହୋଇଥିବା ବ୍ୟାପକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି । ମୋଦୀ କହିଛନ୍ତି, ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଚୁକ୍ତିନାମା କେବଳ ଏକ ଆର୍ଥିକ ଚୁକ୍ତି ନୁହେଁ, ବରଂ ଏକ ସହଭାଗୀ ସମୃଦ୍ଧି ପାଇଁ ଏକ ଯୋଜନା । ଗୋଟିଏ ପଟେ, ଭାରତୀୟ ବୟନଶିଳ୍ପ, ଜୋତା, ରତ୍ନ ଏବଂ ଅଳଙ୍କାର, ସାମୁଦ୍ରିକ ଖାଦ୍ୟ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ବ୍ରିଟେନ ବଜାର ପ୍ରବେଶ ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭାରତ ଗସ୍ତ ପାଇଁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ଆତଙ୍କବାଦ ବିରୋଧରେ ଦୋମୁହାଁ ନୀତିର ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜମ୍ମୁ ଓ କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବ୍ରିଟେନ ଦୃଢ଼ ଭାବେ ନିନ୍ଦା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ଆତଙ୍କବାଦ ମାନବସମାଜ ପାଇଁ ଏକ ବଡ଼ ବିପଦ । ଏହାର ମୁକାବିଲା ପାଇଁ ବିଶ୍ୱ ଏକଜୁଟ ହେବା ଆବଶ୍ୟକ।
