ପ୍ରକୃତି ତାଣ୍ଡବରେ ଅସ୍ତବ୍ୟସ୍ତ ପାହାଡ଼ ରାଣୀ
ହିମାଚଳରେ ବର୍ଷା, ବନ୍ୟା, ଭୁସ୍ଖଳନ ନେଇ ଆସିଛି ଦୁଃଖ । କାହାର ଜୀବନ ଯାଉଛି ତ କିଏ ନିଜ ପରିବାର ପରିଜନକୁ ହରାଉଛନ୍ତି । ଧନଜନ ଜୀବନ ସବୁ ଆଖି ପଲକରେ ନଷ୍ଟ ହେଉଛି । ଯେଉଁ ରାଜ୍ୟକୁ ଖରା,ବର୍ଷା, ଶୀତ ସବୁ ସମୟରେ ଶହ ଶହ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଛୁଟେ ଏବେ ସେହି ରାଜ୍ୟର ଲୋକ ନିଜ ଘର ଛାଡି ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଚଳିତବର୍ଷର ମୌସୁମୀ ବର୍ଷା ରାଜ୍ୟବାସୀଙ୍କ ପାଇଁ କାଳ ସାଜିଛି । ବାଧ୍ୟ ହୋଇ ଏବେ ସୁଦ୍ଧା ପ୍ରାୟ ୧୧ହଜାର ଲୋକ ଘର ଛାଡି ସାରିଲେଣି । ଭୁସ୍ଖଳନ ଭୟ, ବନ୍ୟାରେ ଧୋଇ ହେଉଯାଉଛି ଘର, ବର୍ଷା ବିତ୍ପାତ ଯୋଗୁଁ ହିମାଚଳ ବାସୀଙ୍କ ମଧ୍ୟରେ ଏଭଳି ଭୟ ସୃଷ୍ଟି ହୋଇଛି କି ଘରଦ୍ୱାରା ଛାଡି ପିଲାଛୁଆଙ୍କ ସହ ରାଜ୍ୟ ଛାଡୁଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚଳିତବର୍ଷ ହିମାଚଳପ୍ରଦେଶରେ ୭ହଜାର କୋଟି ଟଙ୍କାର କ୍ଷତି ସହିଛି । ଏବେ ସୁଦ୍ଧା ପ୍ରାୟ ୪ଶହର ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ହଜାରରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି । ସେପଟେ ଅଗଷ୍ଟ ୨୨ରୁ ୨୫ ପର୍ଯ୍ୟନ୍ତ ରାଜ୍ୟ ପାଇଁ ଆଇଏମଡି ହାଇଆଲର୍ଟ ଜାରି କରିଛି । ଗତସପ୍ତାହର ଲଗାଣବର୍ଷାରେ ବିଶେଷ କ୍ଷୟକ୍ଷତି ହୋଇସାରିଛି । ଭୁସ୍ଖଳନ ଅଂଚଳକୁ ନଯିବାକୁ ସରକାର ଆଡଭାଇଜରୀ ଜାରି କରିଛନ୍ତି ।
