ଜଲଦି ଶୁଣାଣି କରିବାକୁ ମନାକଲେ ଦିଲ୍ଲୀ ହାଇକୋର୍ଟ

ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା

ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଛନ୍ତି । କେଜ୍ରିୱାଲ ତାଙ୍କ ଆବେଦନରେ ଇଡି ରିମାଣ୍ଡ ବିରୋଧରେ ଜଲଦି ଶୁଣାଣି କରିବାକୁ ଅନୁରୋଧ କରିଥିଲେ । ହେଲେ ତାଙ୍କର ଏହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଦିଲ୍ଲୀ ମୁଖ୍ୟ ବିଚାରପତିଙ୍କ କାର୍ୟ୍ୟାଳୟ ତରଫରୁ କୁହାଯାଇଛି ଯେ, କେଜ୍ରିୱାଲଙ୍କ ଆବେଦନର ଶୁଣାଣି ମାର୍ଚ୍ଚ ୨୭ ତାରିଖ ହୋଲି ଛୁଟି ପରେ କରାଯିବ । ସୋମବାର ଓ ମଙ୍ଗଳବାର ହୋଲି ପାଇଁ କୋର୍ଟ ବନ୍ଦ ରହିବ । ତେବେ କେଜ୍ରିୱାଲ ନିଜ ଆବେଦନରେ ଇଡିର ଗିରଫ ଓ ରିମାଣ୍ଡ ବିରୋଧରେ ଜଲଦି ଶୁଣାଣି କରିବାକୁ ଆବେଦନ କରିଥିଲେ ।