ଘରୁ ଗାଏବ ହେମନ୍ତ ସୋରେନ

ହେମନ୍ତଙ୍କ ଘରେ ପଶିଲା ଇଡି, ହେମନ୍ତ ଗାଏବ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଆଜି ପଶିଥିଲା ଇଡି। ଘରୁ ଗାଏବ ହୋଇଯାଇଥିଲେ ହେମନ୍ତ ସୋରେନ। ମନି ଲଣ୍ଡରିଂ ମାମଲାରେ ଫସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ତଦନ୍ତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାସହ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବି ଦିଲ୍ଲୀ ଘରେ ପହଞ୍ଚି ସକାଳୁ ଖୋଳତାଡ଼ କରୁଛି। ଏହାପୂର୍ବରୁ ରାଞ୍ଚିରେ ତାଙ୍କୁ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି ଇଡି। ୯ ଥର ନୋଟିସ୍ ପରେ ବି ହାଜର ହୋଇନଥିଲେ ହେମନ୍ତ । ଅଭିଯୋଗ ଅନୁସାରେ, ରାଞ୍ଚିରେ ଭାରତୀୟ ସେନାର ୪.୫୫ ଏକର ଜମିକୁ ବିକ୍ରି ନେଇ ଦୂର୍ନୀତି ହୋଇଥିଲା। ଏଥିରେ ରାଞ୍ଚିର ପୂର୍ବତନ ଜିଲ୍ଲାପାଳ ଦିଲ୍ଲୀପ ଘୋଷଙ୍କ ସମେତ ୧୬ ଜଣଙ୍କୁ ଗିରଫ କରିଛି। ଆଶ୍ଚର୍ଯ୍ୟର କଥା ହେଲା ଇଡ଼ି ରେଡ୍‌ ବେଳେ ସୋରେନ୍‌ ଘରେ ଉପସ୍ଥିତ ନାହାନ୍ତି। ରାତି ଅଧରୁ ସେ କୁଆଡ଼େ ଯାଇଛନ୍ତି, ସେ ବିଷୟରେ କେହି ଜାଣିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି।